Latest Odisha News

BREAKING NEWS

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ସଞ୍ଜିବ ପାଣିଗ୍ରାହୀଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସଞ୍ଜିବ କୁମାର ପାଣିଗ୍ରାହୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶୁକ୍ରବାର ଦିନ ନିଯୁକ୍ତି ପ୍ରଦାନ କରିଛନ୍ତି ।

କେନ୍ଦ୍ର ନ୍ୟାୟ ଓ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ସରକାରୀ ବିଜ୍ଞପ୍ତିରୁ ଜଣାପଡ଼ିଛି ଯେ, କାର୍ଯ୍ୟାଳୟରେ ଯୋଗଦେବା ଦିନରୁ ହିଁ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ ।

ଗତବର୍ଷ ଅକ୍ଟୋବର ମାସରେ ଶ୍ରୀ ପାଣିଗ୍ରାହୀଙ୍କୁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି କରିବାକୁ ସୁପ୍ରିମକୋର୍ଟଙ୍କ କଲେଜିୟମ୍ ଅନୁମୋଦନ କରିଥିଲେ ।

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମେ ମାସ ୨୦୧୯ରେ ୮ ଜଣ ଆଇନଜୀବୀଙ୍କ ନାମ ସୁପାରିଶ କରିଥିଲେ । ସେହି ବିଚାରପତିମାନେ ହେଲେ – ଗୌତମ ମୁଖାର୍ଜୀ, ସମୀର କୁମାର ମିଶ୍ର, ପ୍ରସନ୍ନ କୁମାର ପାଢୀ, ସାବିତ୍ରୀ ରଥ, ପ୍ରଫୁଲ୍ଲ କୁମାର ରଥ, ଦୁର୍ଗା ପ୍ରସାଦ ନନ୍ଦ, ପ୍ରଭାତ କୁମାର ମୁଦୁଲି ଏବଂ ସଞ୍ଜିବ ପାଣିଗ୍ରାହୀ ।

Leave A Reply

Your email address will not be published.