Latest Odisha News

BREAKING NEWS

ମମତା ବାନାର୍ଜୀଙ୍କୁ ଆଉ ଏକ ଝଟକା; ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ କୋଏଲ ମଲ୍କିକ

କୋଲକାତା: ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟକା । ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ କୋଏଲ ମଲ୍କିକ । କୋଏଲ ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକୃଷ୍ଣନଙ୍କୁ ଚିଠି ଲେଖି ସାଂସଦ ପଦରୁ ଇସ୍ତଫା ଦେଉଛନ୍ତି ବୋଲି ପ୍ରକାଶ କରିଛନ୍ତି । ରାଜ୍ୟସଭାରୁ ଇସ୍ତଫା ଦେବା ପରେ କୋଏଲ ମଲ୍ଲିକ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ ଯାଦବଙ୍କୁ ସାକ୍ଷାତ କରିଛନ୍ତି ।

ମାତ୍ର ୪ ମାସ ତଳେ କୋଏଲ୍ ଟିଏମସିରୁ ରାଜ୍ୟସଭାକୁ ଯାଇଥିଲେ । ସଂସଦର ମୌସୁମୀ ଅଧିବେଶନକୁ ଆଉ ମାତ୍ର ୪ ଦିନ ଥିବାରୁ କୋଏଲ ଇସ୍ତଫା ଦେଇଛନ୍ତି । କୋଏଲଙ୍କ ଇସ୍ତଫା ପରେ ଟିଏମସି ସଦସ୍ୟ ସଂଖ୍ୟା ୧୩ ରୁ ମାତ୍ର ୯କୁ ଖସି ଆସିଛି । ତେବେ କୋଏଲ କାହିଁକି ଏହି ନିଷ୍ପତ୍ତି ନେଲେ ସେନେଇ ସେ ଏପର୍ଯ୍ୟନ୍ତ ମୁହଁ ଖୋଲି ନାହାନ୍ତି ।

ଟିଏମସିର ୨୦ ଜଣ ଲୋକସଭା ସାଂସଦ ଦଳରୁ ଅଲଗା ହୋଇ ଅନ୍ୟ ଏକ ଦଳରେ ଯୋଗ ଦେଇଥିବାବେଳେ, କେତେକ ବିଧାୟକ ଅଲଗା ହୋଇ ଏକ ବିଦ୍ରୋହୀ ଗୋଷ୍ଠୀ ଗଠନ କରିଛନ୍ତି । ଅନ୍ୟପଟେ ଜଣକ ପରେ ଜଣେ ରାଜ୍ୟସଭା ସାଂସଦ ମଧ୍ୟ ଇସ୍ତଫା ଦେବା ଆରମ୍ଭ କରିଦେଇଛନ୍ତି ।

Leave A Reply

Your email address will not be published.