Latest Odisha News

BREAKING NEWS

ଡୋପ ଟେଷ୍ଟରେ ଧରା ପଡି ବାସନ୍ଦ ହେଲେ ପାକିସ୍ତାନୀ ସ୍ପିନର ମହମ୍ମଦ ନୱାଜ

ନୂଆଦିଲ୍ଲୀ: ଡୋପ ଟେଷ୍ଟରେ ଧରାପଡି ବାସନ୍ଦ ହେବା ପାକିସ୍ତାନ ଖେଳାଳିଙ୍କ ପାଇଁ ନୂଆ କଥା ନୁହେଁ । ଏବେ ବାମହାତୀ ସ୍ପିନର ମହମ୍ମଦ ନୱାଜ ଡୋପ ଟେଷ୍ଟରେ ଧରାପଡି ଆଇସିସି ଦ୍ୱାରା ବାସନ୍ଦ ହୋଇଛନ୍ତି । ତାଙ୍କୁ ୩ ମାସ ପାଇଁ ବାସନ୍ଦ କରାଯାଇଛି । ସେ ଯଦି ନିଶା ଦ୍ରବ୍ୟ ସେବନ ସହ ଜଡିତ ଟ୍ରିଟମେଂଟ ପୂରଣ କରିବେ ତେବେ ବାସନ୍ଦ ଦଣ୍ଡାଦେଶ ୧ ମାସକୁ ଖସି ଆସିଯିବ । କଲମ୍ବୋରେ ତାଙ୍କ ଡୋପ ଟେଷ୍ଟ ହୋଇଥିଲା । ତାଙ୍କ ଶରୀରରୁ ପ୍ରତିବନ୍ଧିତ ଡ୍ରଗ୍ସର ମାତ୍ରା ଟିଏସସି ମିଳିଥିଲା ।

ନୱାଜ ତାଙ୍କ ଦୋଷ ସ୍ୱୀକାର କରିଛନ୍ତି । ସେ ପ୍ରତିବନ୍ଧିତ ଡ୍ରଗ୍ସ ମ୍ୟାଚ ସମୟରେ ବ୍ୟବାହାର କରି ନ ଥିଲେ ବୋଲି ତାଙ୍କ ଓକିଲ କହିଛନ୍ତି । ନେଦରଲାଣ୍ଡସ ମ୍ୟାଚ ଏବଂ ଏହା ପରେ ଖେଳା ଯାଇଥିବା ସମସ୍ତ ରେକର୍ଡକୂ ରଦ୍ଦ କରାଯାଇଛି । ଆଇସିସି ନିୟମ ଅନୁସାରେ ସେ ଯଦି ଆଇସିସି ଟ୍ରୀଟେଟେଂ ପ୍ରୋଗ୍ରାମରେ ସାମିଲ ହେବେ । ତେବେ ତାଙ୍କ ଦଣ୍ଡ କମିଯିବ । ସେ ଏହାକୁ ସେବନ କରି ପ୍ରଦର୍ଶନ ସୁଧାରିବା ପାଇଁ ଉଦ୍ୟମ କରି ନାହାନ୍ତି ବୋଲି ଦୃଢ଼ତା ସହକାରେ କହିଛନ୍ତି । ୩ ମାସର ପ୍ରତିବଦ୍ଧ ୧ ମେ ୨୦୨୬ରୁ ଆରମ୍ଭ ହୋଇଛି ।

Leave A Reply

Your email address will not be published.