ଅଗରତାଲା: ରାଜଧାନୀ ଅଗରତାଲାରେ ତ୍ରିପୁରା ଡିଜିପି ଅନୁରାଗ ଧନଖରଙ୍କ (Anurag Dhankar)ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ସୋମବାର ଦିନ ଆଗରତାଲାସ୍ଥିତ ପୋଲିସ୍ ମୁଖ୍ୟାଳୟରେ ତାଙ୍କ ମୃତଦେହ ମିଳିଥିଲା। ଏହି ଘଟଣା ସମଗ୍ର ପୋଲିସ ବିଭାଗ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚହଳ ସୃଷ୍ଟି କରିଛି।
ଡିଜିପି ଅନୁରାଗ ଧନକରଙ୍କୁ ତୁରନ୍ତ ଆଗରତାଲାର ଗୋବିନ୍ଦ ବଲ୍ଲଭ ପନ୍ତ (ଜିବିପି) ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କର ଯାଞ୍ଚ କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ଏହି ହଠାତ୍ ମୃତ୍ୟୁ ଅନେକ ପ୍ରଶ୍ନ ସୃଷ୍ଟି କରିଛି।
ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଅଧିକାରୀମାନେ ପୋଷ୍ଟ-ମର୍ଟମ ରିପୋର୍ଟକୁ ଅପେକ୍ଷା କରିଛନ୍ତି।
ଖବର ଜଣା ପଡିବା ପରେ ମୁଖ୍ୟମନ୍ତ୍ରୀ ମାଣିକ ସାହା, ମୁଖ୍ୟ ସଚିବ ଜେକେ ସିହ୍ନା ଓ ଅନ୍ୟ ବରିଷ୍ଠ ଅଧିକାରୀ ହସ୍ପିଟାଲରେ ପହଞ୍ଚିଛନ୍ତି ।
ଗଣମାଧ୍ୟମ ରିପୋର୍ଟ ମୁତାବକ ସେ ନିଜେ ଜୀବନ ହାରିଥିବା ଅନୁମାନ କରାଯାଉଛି । କିନ୍ତୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ । ଧନଖଡ ୧୯୯୪ ବ୍ୟାଚ ତ୍ରିପୁରା କ୍ୟାଡରର ଆଇପିଏସ ଅଟନ୍ତି । ଘଟଣାର ତଦନ୍ତ ଚାଲିଛି ।
ତ୍ରିପୁରା ସରକାରଙ୍କ ଦ୍ୱାରା ନିଯୁକ୍ତ ହେବା ପରେ, ସେ ମେ’ ୨୦୨୫ରେ ପୋଲିସ୍ ମହାନିର୍ଦ୍ଦେଶକ (ପୋଲିସ୍ ବାହିନୀର ମୁଖ୍ୟ) ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ରାଜ୍ୟର ସର୍ବୋଚ୍ଚ ପୋଲିସ୍ ଅଧିକାରୀ ଭାବରେ, ଆଇନ-ଶୃଙ୍ଖଳା ରକ୍ଷା ଏବଂ ପୋଲିସ୍ ବାହିନୀର କାର୍ଯ୍ୟକଳାପ ଉପରେ ନଜର ରଖିବା ତାଙ୍କ ଦାୟିତ୍ୱ ଥିଲା। ରାଜ୍ୟର ସର୍ବୋଚ୍ଚ ପୋଲିସ୍ ଅଧିକାରୀଙ୍କ ହଠାତ୍ ଏବଂ ମର୍ମାହତକର ମୃତ୍ୟୁ ଅନେକ ପ୍ରଶ୍ନ ସୃଷ୍ଟି କରିଛି ଏବଂ ସମଗ୍ର ପୋଲିସ୍ ବାହିନୀ ଶୋକାକୁଳ ହୋଇପଡ଼ିଛି।