Latest Odisha News

BREAKING NEWS

Odisha Vigilance: ଲାଞ୍ଚ ନେବା ସମୟରେ ମହିଳା ରାଜସ୍ବ ନିରୀକ୍ଷକଙ୍କୁ ଧରିଲା ଭିଜିଲାନ୍ସ

ସୁନ୍ଦରଗଡ଼: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ ମହିଳା ରାଜସ୍ବ ନିରୀକ୍ଷକ । ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ତହସିଲ ଅନ୍ତର୍ଗତ କାଲୋସିହିରାର ରାଜସ୍ୱ ନିରୀକ୍ଷକ (ଆରଆଇ) ଅନିତା ଜେନାଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି । ପୈତୃକ ଜମିର ସୀମା ନିର୍ଦ୍ଧାରଣ ରିପୋର୍ଟ ପ୍ରଦାନ କରିବା ପାଇଁ ସେ ଜଣେ ଆବେଦନକାରୀଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ଦାବି କରୁଥିଲେ ।

ସୂଚନା ମୁତାବକ, ଆବେଦନକାରୀ ଜଣଙ୍କ ଗତ କିଛି ଦିନ ହେବ ତାଙ୍କ ପୈତୃକ ଜମିର ଡିମାର୍କେସନ୍ ରିପୋର୍ଟ ପ୍ରଦାନ କରିବା ପାଇଁ ଆବେଦନ କରିଥିଲେ । ହେଲେ ଡିମାର୍କେସନ୍ ରିପୋର୍ଟ ପ୍ରଦାନ କରିବା ବଦଳରେ ଶ୍ରୀମତୀ ଜେନା ଆବେଦନକାରୀଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଯଦି ଲାଞ୍ଚ ଦେବାରେ ସମର୍ଥ ନହୁଅନ୍ତି ତେବେ ତାଙ୍କୁ କୌଣସି ରିପୋର୍ଟ ଦିଆଯିବନି ବୋଲି ମଧ୍ୟ ଧମକ ଦେଉଥିଲେ ।

ଏହା ପରେ ଆବେଦନକାରୀ ଜଣଙ୍କ ବାଧ୍ୟ ହୋଇ ଭିଜିଲାନ୍ସର ଦ୍ବାରସ୍ତ ହୋଇଥିଲେ । ଆଜି ଓଡ଼ିଶା ଭିଜିଲାନ୍ସର ଏକ ଦଳ ଅଭିଯୋଗକାରୀଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଶ୍ରୀମତୀ ଜେନାଙ୍କୁ ଗିରଫ କରିଥିଲେ । ଏହାପରେ ଆରଆଇଙ୍କ ସହିତ ଜଡିତ ୩ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି ।

Leave A Reply

Your email address will not be published.