Latest Odisha News

BREAKING NEWS

ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ବଡ ଆଶ୍ବସ୍ତି, ସିଧା ସଳଖ ଆକାଉଣ୍ଟକୁ ଯିବ କ୍ଷତିପୂରଣ ରାଶି

ଭୁବନେଶ୍ବର: ରାଜ୍ୟରେ ଗତ କିଛି ଦିନ ହେବ ଜାରି ରହିଛି ଲଗାଣ ବର୍ଷା । ଏହି ସମୟରେ ବର୍ଷା କାରଣରୁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ପାଇଁ ଆଶ୍ବସ୍ତିକର ଖବର ଆଣିଛନ୍ତି ରାଜ୍ୟ ସରକାର । ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଥିବା ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ମନ୍ତ୍ରୀ କହିଛନ୍ତି, ବର୍ଷାରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡ଼ିକରୁ କ୍ଷୟକ୍ଷତିର ରିପୋର୍ଟ ତଲବ କରାଯାଇଛି । ଏପର୍ଯ୍ୟନ୍ତ ବଲାଙ୍ଗୀର ଓ କଟକ ଜିଲ୍ଲାପାଳ ସରକାରଙ୍କୁ ରିପୋର୍ଟ ଦାଖଲ କରିସାରିଥିବାବେଳେ, ଖୁବଶୀଘ୍ର ଅନ୍ୟ ଜିଲ୍ଲାରୁ ମଧ୍ୟ ରିପୋର୍ଟ ଆସିବ ବୋଲି ସେ କହିଛନ୍ତି ।

କ୍ଷୟକ୍ଷତିର ସଠିକ୍ ଆକଳନ ପରେ ଯୋଗ୍ୟ ଚାଷୀଙ୍କ ତାଲିକା ପ୍ରସ୍ତୁତ କରାଯିବ । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ମଧ୍ୟସ୍ଥ ବିନା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କ୍ଷତିପୂରଣ ରାଶି ପଠାଯିବ । ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ପ୍ରକୃତ କ୍ଷତିଗ୍ରସ୍ତ ଚାଷୀମାନେ ଶୀଘ୍ର ସହାୟତା ପାଇବେ ଏବଂ ଆଗାମୀ ଚାଷ ପାଇଁ ସେମାନଙ୍କୁ ଆର୍ଥିକ ସହଯୋଗ ମିଳିବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

Leave A Reply

Your email address will not be published.