Latest Odisha News

BREAKING NEWS

Dharmendra Pradhan’s resignation:ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର:ନିଟ୍ ବିବାଦ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସିଧାସଳଖ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି। ନୂଆଦିଲ୍ଲୀ ଗସ୍ତ ଅବସରରେ ଦଳୀୟ ସାଂସଦଙ୍କ ସହ ଆଲୋଚନା ପରେ ଏହି ପ୍ରତିକ୍ରିୟା ରଖିଛନ୍ତି ନବୀନ ପଟ୍ଟନାୟକ । ଏହାପରେ ରାଜ୍ୟ ରାଜନୀତି ସରଗରମ ହୋଇଛି ।

ସେ କହିଛନ୍ତି,ଦିଲ୍ଲୀର ଘଟଣାବଳୀ ନେଇ ଦଳୀୟ ସାଂସଦଙ୍କ ସହ ଆଲୋଚନା କରିଛି। ପରିସ୍ଥିତି ଅତ୍ୟନ୍ତ ସଂଘାତିକ । ବହୁ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରାଯାଇଛି । ବିଜେଡି ସାଂସଦମାନେ ହସ୍ପିଟାଲ ଯାଇ ସେମାନଙ୍କୁ ଭେଟିଛନ୍ତି । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ମୋତେ ଆସନ୍ତାକାଲି (ବୁଧବାର) ସକାଳେ ଭୁବନେଶ୍ୱର ଫେରିବାକୁ ପଡ଼ିବ । କିନ୍ତୁ ଆମ ସାଂସଦମାନେ ଏହି ମାମଲାକୁ ଗମ୍ଭୀରତାର ସହ ଉଠାଇବେ । ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦେବା ଉଚିତ ।

ନବୀନଙ୍କ ସିଧାସଳଖ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି ।

Leave A Reply

Your email address will not be published.