କୋଡିଙ୍ଗା:ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ପରିସରରୁ ଫେରାର ହେଲା ଜଣେ ଗିରଫ ନାବାଳକ।ରୁଟି ଦୋକାନରୁ ଚୋରି କରିଥିବା ମାମଲାରେ ନାବାଳକ ଗିରଫ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ନାବାଳକ ଅଭିଯୁକ୍ତ ମିଳିନଥିବା କୋଡିଙ୍ଗା ଥାନା ପକ୍ଷରୁ ସୂଚନା ରହିଛି ।
ସୂଚନାନୁସାରେ, ନବରଙ୍ଗପୁରଜିଲ୍ଲା କୋଡିଙ୍ଗା ଗ୍ରାମର ଏକ ବିସ୍କୁଟ୍, ରୁଟି ଆଦି ବିକ୍ରି କରୁଥିବା ଦୋକାନରୁ ଚୋରି ହୋଇଥିବା ନେଇ କୋଡିଙ୍ଗା ଥାନାରେ ଏତଲା ଦିଆଯାଇଥିଲା। ଏହାକୁ ଆଧାର କରି କୋଡିଙ୍ଗା ପୋଲିସ ଜୈନିକ ନାବାଳକକୁ ଗତକାଲି ପୋଲିସ ଧରିଥିଲେ । ପୋଲିସ ଉକ୍ତ ନାବାଳକ ହାତରେ ହ୍ୟାଣ୍ଡକପ୍ ମଧ୍ୟ ପକାଇଥିଲେ। କିନ୍ତୁ ପୋଲିସର ହୁଗୁଳା ବ୍ୟବସ୍ଥାର ସୁଯୋଗ ନେଇ ନାବାଳକ ଜଣକ ଥାନା ପରିସରରୁ ଚମ୍ପଟ ମାରିଛି।