Latest Odisha News

BREAKING NEWS

ପୁଲିସ ଉପରେ ବୋମାମାଡ଼ ଓ ଗୁଳିଚାଳନା; ପାଲଟା ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ଆହତ

ବ୍ରହ୍ମପୁର: ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ନଇତଡ଼ା ସାହିର ଦୁର୍ଦ୍ଦାନ୍ତ ଅପରାଧୀ କାଳିଆକୁ ପୋଲିସର ଏନ୍‌କାଉଣ୍ଟର। କାଳିଆ ଓରଫ ଘନଶ୍ୟାମ ବେହେରା ଏକାଧିକ ଡକାୟତି ଓ ଲୁଟ୍ ମାମଲାରେ ୱାଣ୍ଟେଡ୍ ଥିଲା। ତାଙ୍କୁ ଧରିବା ପାଇଁ ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀଙ୍କ ନେତୃତ୍ୱରେ ଏକ ପୁଲିସ ଦଳ ଚଢ଼ାଉ କରିଥିଲା।

ବିଶ୍ୱସ୍ତ ସୂଚନା ଆଧାରରେ ପୁଲିସ କାଳିଆଙ୍କୁ ପିଛା କରୁଥିବା ବେଳେ, ସେ ଜଣେ ସହଯୋଗୀ ସହ ମୋଟରସାଇକେଲରେ କୋଦଳା ଥାନା ଅନ୍ତର୍ଗତ କିନାରୀ–ଚୁଞ୍ଚିପଡ଼ା ଜଙ୍ଗଲ ରାସ୍ତାରେ ଯାଉଥିଲା। ଏହି ସମୟରେ ଅଭିଯୁକ୍ତ ପୁଲିସ ଉପରକୁ ବୋମାମାଡ଼ କରିବା ସହ ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି। ପୁଲିସ କର୍ମଚାରୀଙ୍କ ଜୀବନର ସୁରକ୍ଷା ଦୃଷ୍ଟିରୁ ଆତ୍ମରକ୍ଷାର ଅଧିକାର ପ୍ରୟୋଗ କରି ଆଇଆଇସି କୁଳମଣି ସେଠୀ ପାଲଟା ଗୁଳିଚାଳନା କରିଥିଲେ।

ଏଥିରେ କାଳିଆ ଓରଫ ଘନଶ୍ୟାମ ବେହେରାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜି ସେ ଆହତ ହୋଇଥିଲା। ଆହତ ଅଭିଯୁକ୍ତକୁ ତୁରନ୍ତ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC)କୁ ଚିକିତ୍ସା ପାଇଁ ନିଆଯାଇଥିଲା। ପରେ ତାକୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ଆଇଆଇସି କୁଳମଣି ସେଠୀ ଓ ସାଥିରେ ଥିବା ଅନ୍ୟ ପୁଲିସ କର୍ମଚାରୀମାନେ ସୁରକ୍ଷିତ ଅଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।

Leave A Reply

Your email address will not be published.