Latest Odisha News

BREAKING NEWS

ରୁଟ ହୋଇ ପାରନ୍ତି ଇଂଲଣ୍ଡ ଟେଷ୍ଟ ଟିମର ଅଧିନାୟକ

ଲଣ୍ଡନ: ଜୋ ରୁଟଙ୍କୁ ପୂନର୍ବାର ଇଂଲଣ୍ଡ ଟେଷ୍ଟ ଟିମର ଅଧିନାୟକ କରାଯାଇପାରେ । ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ବେନ ଷ୍ଟୋକ୍ସଙ୍କ ବଦଳରେ ସେ ଏହି ଦାୟିତ୍ୱ ତୁଲାଇବେ । ନ୍ୟୁଜିଲାଣ୍ଡ ସିରିଜ ଅବସରରେ ଷ୍ଟୋକ୍ସ ଅବସର ଘୋଷଣା କରିଥିଲେ । ପାକିସ୍ତାନ କ୍ରିକେଟ ଟିମ ଇଂଲଣ୍ଡ ଗସ୍ତରେ ଆସିବ । ଏହି ସିରିଜରେ ରୁଟ ପୂନର୍ବାର ଅଧିନାୟକ ଦାୟିତ୍ୱ ତୁଲାଇବେ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ସେ ଆସନ୍ତା ବର୍ଷ ଆଶେସ ସିରିଜ ପର୍ଯ୍ୟନ୍ତ ଅଧିନାୟକ ରହିବେ । ହ୍ୟାରୀ ବ୍ରୁକ ଏବେ ଇଂଲଣ୍ଡର ଦିନିକିଆ ଓ ଟି୨୦ ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି ।

ଇତି ମଧ୍ୟରେ ବ୍ରେଣ୍ଡନ ମ୍ୟାକକୁଲାମଙ୍କୁ କୋଚ ପଦରୁ ହଟେଇ ଦିଆଯାଇଛି । ତାଙ୍କ ସ୍ଥାନରେ ଖୁବ ଶୀଘ୍ର ନୂତନ କୋଚ ନିଯୁକ୍ତ କରାଯିବ । ଜଷ୍ଟିନ ଲାଙ୍ଗର କୋଚ ହେବେ ବୋଲି ଖବର ପ୍ରକାଶ ପାଇଛି । ୨୦୨୨ରେ ରୁଟ ଅଧିନାୟକ ପଦରୁ ଓହରି ଯାଇଥିଲେ । ତାଙ୍କ ସ୍ଥାନରେ ଷ୍ଟୋକ୍ସଙ୍କୁ ଅଧିନାୟକ କରାଯାଇଥିଲା । ରୁଟ ଏବେ ଟେଷ୍ଟ କ୍ରିକେଟରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ପାଇଁ ନିକଟତର ହୋଇଛନ୍ତି । ସଚିନ ୨୦୦ ଟେଷ୍ଟ ଖେଳି ୧୫୯୨୧ ରନ କରିଛନ୍ତି । ରୁଟ ୧୬୬ ଟେଷ୍ଟରେ ୧୪୧୧୪ ରନ କରିବା ସହ ଏବେ ମାତ୍ର ୧୮୦୭ ରନ ଦୂରରେ ରହିଛନ୍ତି । ୨୦୧୨ରେ ସେ ଟେଷ୍ଟ ପଦାର୍ପଣ କରିଥିଲେ ।

Leave A Reply

Your email address will not be published.