Latest Odisha News

BREAKING NEWS

ଏଣିକି ରାଜ୍ୟ ବାହାରକୁ ଗଲେ ୨୧ ଦିନ ପୂର୍ବରୁ ଛୁଟି ପାଇଁ ଆବେଦନ କରିବେ ସରକାରୀ ବାବୁ

ଭୁବନେଶ୍ବର: ସରକାରୀ ବାବୁଙ୍କ ପାଇଁ କଡ଼ା ନିୟମ ଜାରି କଲେ । ବ୍ୟକ୍ତିଗତ କାରଣରେ ରାଜ୍ୟ ବାହାରକୁ କିମ୍ବା ବିଦେଶ ଯାତ୍ରା କରୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ଅର୍ଥ ବିଭାଗ କଡ଼ା ନିୟମ ଜାରି କରିଛି । ଏନେଇ ସମ୍ପୃକ୍ତ କର୍ମଚାରୀଙ୍କୁ ଅତି କମ୍‌ରେ ୨୧ ଦିନ ପୂର୍ବରୁ ଛୁଟି ପାଇଁ ଆବେଦନ କରିବାକୁ ହେବ ।

ଅର୍ଥ ବିଭାଗର ଅତିରିକ୍ତ ସଚିବ ସାଗରିକା ହୋତାଙ୍କ ପକ୍ଷରୁ ଓଡ଼ିଶା ସେଲ୍ସ ଟ୍ୟାକ୍ସ ଟ୍ରିବ୍ୟୁନାଲ୍‌, ବାଣିଜ୍ୟିକ କର ଓ ଜିଏସ୍‌ଟି କମିଶନର, ଏମ୍‌ଡିଆର୍‌ଏଫ୍‌ଏମ୍‌, ଆକାଉଣ୍ଟସ୍‌ କଣ୍ଟ୍ରୋଲର, ଲୋକାଲ୍‌ ଫଣ୍ଡ ଅଡିଟ୍‌, ଟ୍ରେଜେରୀ ଓ ଇନ୍ସପେକ୍ସନ୍‌ ନିର୍ଦ୍ଦେଶକଙ୍କ ସମେତ ଅର୍ଥ ବିଭାଗ ଅଧୀନରେ ଥିବା ସମସ୍ତ କାର୍ଯ୍ୟାଳୟକୁ ଏହି ନିର୍ଦ୍ଦେଶ ପଠାଯାଇଛି ।

ସମ୍ପୃକ୍ତ ଅଧିକାରୀ କିମ୍ବା କର୍ମଚାରୀ ଅନୁମତି ମିଳିବା ପରେ ହିଁ ମୁଖ୍ୟାଳୟ ଛାଡ଼ିପାରିବେ । ତେବେ ଜରୁରୀ କିମ୍ବା ଅପ୍ରତ୍ୟାଶିତ ପରିସ୍ଥିତିରେ ୨୧ ଦିନର ସମୟସୀମାରୁ ବ୍ୟତିକ୍ରମ କରାଯାଇପାରିବ । ସେପରି କ୍ଷେତ୍ରରେ ଯଥାର୍ଥ କାରଣ ଦର୍ଶାଇ ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମତି ନେବାକୁ ହେବ ।

Leave A Reply

Your email address will not be published.