Latest Odisha News

BREAKING NEWS

ଅଗଷ୍ଟ ୧୮ରେ ସାରା ରାଜ୍ୟରେ ଆୟୋଜିତ ହେବ ନିଶାମୁକ୍ତ ଶପଥ ଅଭିଯାନ

ଭୁବନେଶ୍ବର: ନିଶାମୁକ୍ତ ସମାଜ ଗଠନ ଦିଗରେ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଆସନ୍ତା ଅଗଷ୍ଟ ୧୮ରେ ସାରା ରାଜ୍ୟରେ ‘ଜାତୀୟ ନିଶା ବିରୋଧୀ ଶପଥ’ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି ଅବସରରେ ରାଜ୍ୟର ଅତିକମରେ ୧୦ ପ୍ରତିଶତ ଜନସଂଖ୍ୟାଙ୍କୁ ଏହି ଶପଥ ଅଭିଯାନରେ ସାମିଲ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ, ପଞ୍ଚାୟତ ଓ ବିଭିନ୍ନ ସାମାଜିକ ସଂଗଠନର ସହଭାଗିତାରେ ଏହି ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର-ତଥା-ସଚିବ, ରେଭେନ୍ୟୁ ଡିଭିଜନାଲ କମିଶନର ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।


ସମସ୍ତଙ୍କୁ ଅନଲାଇନ୍ ‘ଇ-ପ୍ଲେଜ୍’ ମାଧ୍ୟମରେ ଶପଥ ଗ୍ରହଣ କରି ପ୍ରମାଣପତ୍ର ଡାଉନଲୋଡ୍ କରିବାକୁ ଉତ୍ସାହିତ କରିବାକୁ ବିଭାଗଗୁଡ଼ିକୁ କୁହାଯାଇଛି । ‘ନିଶା ମୁକ୍ତ ଭାରତ ଅଭିଯାନ’ର ଲୋଗୋ, ମାସ୍କଟ, ହେଲ୍ପଲାଇନ ନମ୍ବର ୧୪୪୪୬ ଏବଂ ସୂଚନା, ଆଇଇସି ସାମଗ୍ରୀର ବ୍ୟାପକ ବ୍ୟବହାର କରି ଅଭିଯାନର ପ୍ରଚାର ଓ ସଚେତନତା ବୃଦ୍ଧି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.