Latest Odisha News

BREAKING NEWS

ଟ୍ରାକକୁ ଫେରିଲା ଭାରତର ଟି୨୦ ଟିମ, ବିଶ୍ୱକପ ପରେ ପ୍ରଥମ ସିରିଜ ବିଜୟ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ ପରେ ଭାରତ ପ୍ରଥମ ଟି୨୦ ସିରିଜ ଜିତିବାରେ ସଫଳ ହୋଇଛି । ହରାରେରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ରେ ଭାରତ ୯୦ ରନରେ ଜିମ୍ବାୱେକୁ ପରାସ୍ତ କରି ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ର ଅଗ୍ରଣୀ ହାସଲ କରିନେଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୫ ୱିକେଟ ବିନିମୟରେ ୨୧୯ ରନ କରିଥିଲା । ଅଭିଷେକ ଶର୍ମା ୮ ଓ ବୈଭବ ସୂର୍ଯ୍ୟବଂଶୀ ୨୦ ଶସ୍ତାରେ ଆଉଟ ହେବା ପରେ ଈଶାନ କିଶାନ ଓ ଶ୍ରେୟାଶ ଆୟାର ଇନିଂସ ସମ୍ଭାଳିଥିଲେ । ଈଶାନ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ୪୪ ବଲରୁ ୮୧ ରନ ସଂଗ୍ରହ କରିଥିଲେ । ଶ୍ରେୟାଶ ୨୫ ରନ କରିଥିଲେ । ତିଳକ ବର୍ମା ଦ୍ରୁତ ୬୦ ରନ କରି ଅପରାଜିତ ରହିଥିଲେ ।

ଜବାବରେ ଜିମ୍ବାୱେ ଟିମ ୧୭.୫ ଓଭରରେ ୧୨୯ ରନ କରି ଅଲଆଉଟ ହୋଇ ଯାଇଥିଲା । ବ୍ରାଏନ ବେନେଟ ସର୍ବାଧିକ ୩୨ ରନ କରିଥିଲେ । ଭାରତ ପକ୍ଷରୁ ଅଭିଷେକ ଶର୍ମା ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ପ୍ରିନ୍ସ ଯାଦବ ଓ ୟଶ ଠାକୁର ୨ଟି ଲେଖାଏଁ ୱିକେଟ ନେଇଥିଲେ । ଜିମ୍ବାୱେର ୬ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ଈଶାନ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.