Latest Odisha News

BREAKING NEWS

କାଲି ବନ୍ଦ ରହିବ ସ୍କୁଲ୍-ଅଙ୍ଗନବାଡ଼ି! ଜାଣନ୍ତୁ କେଉଁ ଜିଲ୍ଲାରେ ଏବଂ କାହିଁକି ଜାରି ହେଲା ଜରୁରୀ ନିର୍ଦ୍ଦେଶ?

ଜଗତସିଂହପୁର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତର ପ୍ରଭାବ ଏବେ ଉପକୂଳ ଓଡ଼ିଶାରେ ସ୍ପଷ୍ଟ ଦେଖିବାକୁ ମିଳିଲାଣି। କ୍ରମାଗତ ଭାବେ ହେଉଥିବା ପ୍ରବଳ ବର୍ଷା ଓ ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ଶିଶୁମାନଙ୍କ ସୁରକ୍ଷା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଆସନ୍ତାକାଲି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସମେତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ଜରୁରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ପାଣିପାଗ ବିଭାଗ ପକ୍ଷରୁ ଜଗତସିଂହପୁର ସମେତ ଆଖପାଖ ଜିଲ୍ଲା ପାଇଁ ହେଭି ରେନ୍ ଆଲର୍ଟ ଜାରି କରାଯାଇଛି। ଲଗାଣ ବର୍ଷା ଯୋଗୁଁ ଅନେକ ତଳିଆ ଅଞ୍ଚଳ ଓ ସ୍କୁଲ ସମ୍ମୁଖରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ବିଶେଷ କରି ଛୋଟ ଛୋଟ ପିଲାମାନେ ସ୍କୁଲ କିମ୍ବା ଅଙ୍ଗନବାଡ଼ି ଯିବା ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍ନା ନ କରନ୍ତି, ସେଥିପାଇଁ ପୂର୍ବ ପ୍ରସ୍ତୁତି ସ୍ୱରୂପ ଏହି ଛୁଟି ଘୋଷଣା କରାଯାଇଛି।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ସମ୍ପୃକ୍ତ ବିଭାଗୀୟ କର୍ମଚାରୀମାନଙ୍କୁ ଏହି ନିର୍ଦ୍ଦେଶ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଛୁଟି ସମୟରେ ମଧ୍ୟ ସ୍କୁଲ କୋଠାଗୁଡ଼ିକର ସ୍ଥିତି ଏବଂ ବର୍ଷା ପାଣି ଜମି ରହିବା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.