ଚେନ୍ନାଇ: ଭାରତରେ ରଜନୀକାନ୍ତ ଜଣେ ଜଣାଶୁଣା ନାମ । ଏହି ଫିଲ୍ମତାରକା ତାଙ୍କ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛନ୍ତି । ରିପୋର୍ଟ ମୁତାବକ ରଜନୀକାନ୍ତଙ୍କ ବାୟୋପିକ ଖୁବଶୀଘ୍ର ଆସିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏହାର କାହାଣୀ ନିଜେ ରଜନୀକାନ୍ତ ଲେଖୁଛନ୍ତି । ଏଥିରେ ତାଙ୍କ ପ୍ରଫେଶନାଲ କ୍ୟାରିୟର ଉପରେ ବିଶେଷ ଭାବେ ଫୋକସ କରାଯିବ । ଭାରତୀୟ ସିନେମାର ଏହି ବଡ ତାରକାଙ୍କ ଆତ୍ମଜୀବନୀ ନେଇ ପ୍ରଶଂସକମାନେ ଏବେଠାରୁ ଉତ୍ସାହିତ ହୋଇ ପଡିଛନ୍ତି ।
ତେବେ ରଜନୀକାନ୍ତଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ବୟାନ ଜାରୀ କରାଯାଇ ନାହିଁ । ସେ ଏବେ ଜେଲର ୨ ଫିଲ୍ମରେ ବ୍ୟସ୍ତ ଅଛନ୍ତି । ନେଲସନ ଦୀଲିପ କୁମାର ଏହାର ନିର୍ଦ୍ଦେଶନା ଦେଉଛନ୍ତି । ବିଦ୍ୟା ବାଲାନ, ରାମ୍ୟା କ୍ରିଷ୍ଣାନ ଓ ଯୋଗୀ ବାବୁଙ୍କ ପରି କଳାକାର ଏଥିରେ ଅଭିନୟ କରିଛନ୍ତି । ବଲିଉଡ ଅଭିନେତା ହ୍ରିତିକ ରୋଶନ ଏଥିରେ କ୍ୟାମିଓ କରିବେ । ଜେଲର ୨ ପରେ ଧର୍ମନ ଫିଲ୍ମ ବ୍ୟାନରରେ କାମ କରିବେ । ଯାହାକୁ ଅଶ୍ୱୀନ ମରିମୁଥୁ ନିର୍ଦ୍ଦେଶନା କରିବେ । ରଜନୀକାନ୍ତ ଏଥିରେ ଡାକ୍ତର ଭୂମିକା କରିବେ । ଏହା ପରେ ତାଙ୍କ ବାୟୋପିକ ହେବ ନି ନାହିଁ ତାହା ସ୍ପଷ୍ଟ ହେବ ।