Latest Odisha News

BREAKING NEWS

ଆସାମର ରଡ୍ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ, ୪ ଶ୍ରମିକ ମୃତ

ଦିସପୁର: ରବିବାର ସକାଳେ ଆସାମର କଚାର ଜିଲ୍ଲାର ଏକ କାରଖାନାରେ ବଡ଼ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଅତି କମରେ ଚାରି ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଥିବା ରିପୋର୍ଟ ହୋଇଛି। ଉଧାରବନ୍ଦ ଥାନା ଅଞ୍ଚଳ ଅନ୍ତର୍ଗତ ପାଙ୍ଗରାମରେ ଅବସ୍ଥିତ କେଡ୍ ଗ୍ଲୋବାଲ୍ ଇନଫ୍ରାଷ୍ଟ୍ରକ୍ଚର ଏଲ୍ଏଲ୍ପି ନାମକ ଏକ ରଡ୍ ତିଆରି କାରଖାନାରେ ସକାଳ ପ୍ରାୟ ୧୧:୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ଅଧିକାରୀଙ୍କ ଅନୁଯାୟୀ, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କାରଖାନାର କିଛି ଅଂଶ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ବିସ୍ଫୋରଣ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ହୋଇଥିଲା। ତଥାପି, ଦୁର୍ଘଟଣାର ସଠିକ୍ କାରଣ ତଦନ୍ତ କରାଯାଉଛି। ବିସ୍ଫୋରଣ ପରେ ସ୍ଥାନୀୟ ପ୍ରଶାସନ, ପୋଲିସ ଓ NDRF ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ସିଲଚାର ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆହତ ଶ୍ରମିକଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଅପରପକ୍ଷେ ପୋଲିସ ୪ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି। ତେବେ ଏ ଦୁର୍ଘଟଣାରେ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.