Latest Odisha News

BREAKING NEWS

ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଜବାବ ଦେଉଥିଲା ପାକିସ୍ତାନ, ହେଲେ ସାମାନ୍ୟ ଭୁଲ୍ ପାଇଁ ନିଜେ ଟ୍ରୋଲ…

ଇସଲାମାବାଦ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି, ଯେଉଁଥିରେ କୁହାଯାଇଛି ଯେ ଯଦି କଶ୍ମୀର ପ୍ରସଙ୍ଗରେ କୌଣସି ଆଲୋଚନା ହୁଏ, ତେବେ ତାହା କେବଳ ପାକିସ୍ତାନ ଅଧିକୃତ କାଶ୍ମୀର ପିଓକେ ଉପରେ ହିଁ ହେବ।

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ସୋମବାର ଏହି ମନ୍ତବ୍ୟ ଉପରେ ଆପତ୍ତି ଜଣାଇ ଏକ ବିବୃତ୍ତି ଜାରି କରିଛି। ପାକିସ୍ତାନୀ ଅଧିକାରୀମାନେ ଏହି ବିବୃତ୍ତିରେ କିଛି ବନାନ ଭୁଲ ଲେଖିଥିଲେ। ଏକ ସାମାନ୍ୟ ବନାନ ଭୁଲ୍ କାରଣରୁ ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟର ବୟାନର ଅର୍ଥ ସଂପୂର୍ଣ୍ଣ ବଦଳିଯାଇଛି। ଯାହାକୁ ସୋସିଆଲ ମିଡିଆରେ ଟ୍ରୋଲ୍ କରାଯାଉଛି।

ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟର ବିବୃତ୍ତିର ଶେଷ ଅନୁଚ୍ଛେଦରେ କୁହାଯାଇଛି ଯେ ଭାରତର ମନୋଭାବ ଆଞ୍ଚଳିକ ଶାନ୍ତି ପାଇଁ ଅନୁକୂଳ ନୁହେଁ। ଭାରତର ଖରାପ ଆଚରଣକୁ ବର୍ଣ୍ଣନା କରିବା ପାଇଁ ପାକିସ୍ତାନୀ ଅଧିକାରୀଙ୍କ ଦ୍ୱାରା ଲେଖାଯାଇଥିବା ଶବ୍ଦରେ ଏକ ଭୁଲ ବିକୃତ ଅର୍ଥ ସୃଷ୍ଟି କରିଛି, ଯାହା ପାକିସ୍ତାନରୁ ଭାରତ ପର୍ଯ୍ୟନ୍ତ ସବୁଠି ଟ୍ରୋଲ୍ କରାଯାଉଛି।

ପାକିସ୍ତାନୀ ବୈଦେଶିକ କାର୍ଯ୍ୟାଳୟ ଏହାର ବିବୃତ୍ତିରେ “rogue” (ଯାହାର ଅର୍ଥ “ଦୁଷ୍ଟତା”) ବଦଳରେ “rouge” ଶବ୍ଦ ବ୍ୟବହାର କରିଛି। ଏହି ଶବ୍ଦ ଲାଲ, ଗାଲର ଲାଲିମା କିମ୍ବା ଲାଲ କାଚ-ପଲିସିଂ ପାଉଡରକୁ ବୁଝାଏ। ଏହି ଅର୍ଥହୀନ ବାକ୍ୟ ପରେ ଲୋକମାନେ ପ୍ରଶ୍ନ କରିଛନ୍ତି ଯେ ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ ପ୍ରକୃତରେ କ’ଣ କହିବାକୁ ଚାହୁଁଥିଲା ?

 

Leave A Reply

Your email address will not be published.