Latest Odisha News

BREAKING NEWS

ସ୍ତ୍ରୀର ଗଳାକାଟି ହତ୍ୟା; ଜୀବନ ହରିବାକୁ ଉଦ୍ୟମ କଲା ସ୍ବାମୀ`

ଭୁବନେଶ୍ୱର:ସ୍ତ୍ରୀର ଗଳାକାଟି ହତ୍ୟା । ପରେ ସ୍ବାମୀ ନିଜେ ବିଷ ପିଇ ଜୀବନ ହରିବାକୁ କଲା ଉଦ୍ୟମ । ମଞ୍ଚେଶ୍ୱର ଥାନା ଚକେଇସିହାଣୀ ସାହୁ କଲୋନୀରେ ଏପରି ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତ ସ୍ୱାମୀଙ୍କୁ ହାଇଟେକ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୨୦୧୯ ମସିହାରେ ବିବାହ ହୋଇଥିଲା ।

ଦାମ୍ପତ୍ୟ କଳହ ଯୋଗୁଁ ଗତ ପ୍ରାୟ ୨ ବର୍ଷ ଧରି ସେମାନେ ଅଲଗା ରହୁଥିଲେ । ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା ଏହାପରେ କୌଣସି କାରଣକୁ ନେଇ ପୁନର୍ବାର ପ୍ରବଳ ଯୁକ୍ତିତର୍କ ସହ ଝଗଡ଼ା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ୱାମୀ ପ୍ରଥମେ ସ୍ତ୍ରୀଙ୍କ ଗଳା ଚିପି ଦେଇଥିଲା । ଏହାପରେ ବାମ ହାତର ଶିରା କାଟି ହତ୍ୟା କରିଥିଲା ।

ହତ୍ୟା ପରେ ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କରିଥିଲେ ସ୍ବାମୀ । ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୋଲିସ ସୂଚନାନୁସାରେ, ହସ୍ପିଟାଲରୁ ସୁସ୍ଥ ହୋଇ ଡିସଚାର୍ଜ ହେବା ପରେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ।

Leave A Reply

Your email address will not be published.