Latest Odisha News

BREAKING NEWS

ମ୍ୟୁଟେସନ୍ ରିପୋର୍ଟ ପାଇଁ ଲାଞ୍ଚ ନେଉଥିଲେ, ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ କାରାଦଣ୍ଡାଦେଶ ଭୋଗିବେ ପୂର୍ବତନ ରାଜସ୍ବ ନିରୀକ୍ଷକ

ଢେଙ୍କାନାଳ: ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ରାଜସ୍ବ ନିରୀକ୍ଷକ । ଢେଙ୍କାନାଳର ପୂର୍ବତନ ରାଜସ୍ବ ନିରୀକ୍ଷକ ମାଳତୀ ଦେହୁରୀଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ୨ ବର୍ଷ କାରାଦଣ୍ଡ ଓ ଜରିମାନାରେ ଦଣ୍ଡିତ କରିଛନ୍ତି । ମ୍ୟୁଟେସନ୍ ରିପୋର୍ଟ ପାଇଁ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡିଥିଲେ ।

ଏହି ମାମଲାରେ ଭିଜିଲାନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା । ଏହି ମାମଲାରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଲାଞ୍ଚ ନେବା ମାମଲାରେ ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୧୩(୨), (୧୩(୧)(ଡି) ଓ ୭ରେ ଏକ ମାମଲା ରୁଜୁ କରିଥିଲା । ଉକ୍ତ ମାମଲାର ବିଚାର କରି ଢେଙ୍କାନାଳ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି ।

ଦୋଷୀ ସାବ୍ୟସ୍ତ ହେବା ପରେ ଭିଜିଲାନ୍ସ ମାଳତୀ ଦେହୁରୀଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.