ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ବିସିସିଆଇ ଭାରତୀୟ ଦଳର ଘୋଷଣା କରିଛି । ଶୁଭମନ ଗିଲ ଅଧିନାୟକ ଏବଂ କେଏଲ ରାହୁଲ ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ । ପେସ ବୋଲର ଯଶପ୍ରୀତ ବୁମରାହ ଏବଂ ସାଈ ସୁଦର୍ଶନଙ୍କୁ ଦଳରେ ରଖାଯାଇଛି । ଭାରତ ଏ ପକ୍ଷରୁ ଖେଳି ଭଲ ପ୍ରଦର୍ଶନ କରିଥିବା ସ୍ପିନର ସାରାଂଶ ଜୈନଙ୍କୁ ଜାତୀୟ ଦଳରୁ ଖେଳିବା ପାଇଁ ଡାକରା ମିଳିଛି । ୧୫ ଅଗଷ୍ଟରୁ ଏହି ସିରିଜ ଆରମ୍ଭ ହେବ । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଚଳିତ ସାଇକେଲରେ ଭାରତର ଏହା ପ୍ରଥମ ବିଦେଶ ଗସ୍ତ ହେବ । ଭାରତ ୫ମ ଏବଂ ଶ୍ରୀଲଙ୍କା ଷଷ୍ଠ ସ୍ଥାନରେ ରହିଛନ୍ତି ।
ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଓଭରାଲ ୧୭ ଟେଷ୍ଟ ସିରିଜ ଖେଳାଯାଇଛି । ଭାରତ ୧୦ ଓ ଶ୍ରୀଲଙ୍କା ୩ରେ ବିଜୟ ହାସଲ କରିଛି । ୪ଟି ସିରିଜ ଡ୍ର ରହିଛି । ୧୮ ବର୍ଷ ହେବ ଭାରତ ବିପକ୍ଷରେ ଶ୍ରୀଲଙ୍କା ସିରିଜ ବିଜୟ ହାସଲ କରିନି ।
ଭାରତୀୟ ଦଳ: ଶୁଭମନ ଗିଲ୍ (ଅଧିନାୟକ),କେ.ଏଲ୍. ରାହୁଲ୍, ଯଶସ୍ୱୀ ଜାଇସ୍ୱାଲ, ରିଷଭ ପନ୍ତ (ୱିକେଟକିପର),ସାଇ ସୁଦର୍ଶନ,ଧ୍ରୁବ ଜୁରେଲ୍ (ୱିକେଟକିପର),ରବୀନ୍ଦ୍ର ଜାଡେଜା,କୁଲଦୀପ ଯାଦବ,ମାନବ ସୁଥାର, ଜସପ୍ରୀତ ବୁମରାହ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, ଗୁରନୂର ବ୍ରାର, ଦେବଦତ୍ତ ପାଡିକଲ, ସାରଂଶ ଜୈନ,