ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ କଟକ ଜିଲ୍ଲାର ବଡ଼ମ୍ବାର ଗ୍ରାମୀଣ କାର୍ଯ୍ୟ ବିଭାଗର ପୂର୍ବତନ କନିଷ୍ଠ ଯନ୍ତ୍ରୀ (ଜେଇ) ଶିବନାରାୟଣ ପାଲ୍ଙ୍କୁ ଓଡ଼ିଶା ଭିଜିଲାନ୍ସ ଦୋଷୀ ସାବ୍ୟସ୍ତ କରିଛି।
ଭୁବନେଶ୍ୱରର ଆର୍ ଆଣ୍ଡ୍ ବି ଡିଭିଜନ-୨ର ସହକାରୀ ଯନ୍ତ୍ରୀ ଭାବରେ ଅବସର ଗ୍ରହଣ କରିଥିବା ଶିବନାରାୟଣ ପାଲ୍ଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି (ଡିଏ) ରଖିବା ଅଭିଯୋଗରେ ପିସି ଆକ୍ଟ, ୧୯୮୮ର ଧାରା ୧୩(୨) ଆର/ଡବ୍ଲୁ ୧୩(୧)(ଇ) ଅନ୍ତର୍ଗତ ଏକ ମାମଲାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚାର୍ଜସିଟ୍ କରାଯାଇଥିଲା। ଢେଙ୍କାନାଳର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ଦୁଇ ବର୍ଷ ପାଇଁ ସଶ୍ରମ କାରାଦଣ୍ଡ ଏବଂ ୫,୦୦,୦୦୦ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଶିବନାରାୟଣ ପାଲ୍ଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କ ପେନସନ୍ ବନ୍ଦ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ଏବେ ସକ୍ଷମ ପ୍ରାଧିକରଣଙ୍କ ନିକଟରେ ଆବେଦନ କରିବ ବୋଲି କୁହାଯାଇଛି।