ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ନେଇ ଆଲର୍ଟରେ ରହିଛି ସ୍ବାସ୍ଥ୍ୟ ବିଭାଗ । ଏନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରମୁଖ ସଚିବଙ୍କ ଅଧକ୍ଷତାରେ ନିର୍ଦ୍ଦେଶକ ଓ ସିଡ଼ିଏମଓମାନଙ୍କ ସହିତ ସମୀକ୍ଷା ବୈଠକ କରାଯାଇଛି । ବୈଠକରେ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାପାଳମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଯେଉଁଥିରେ ସମସ୍ତ ସିଡିଏମଓମାନଙ୍କୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବନ୍ୟା ପରି କଠିନ ସମୟରେ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରିତ କରାଯିବାକୁ ମଧ୍ୟ କୁହାଯାଇଛି । ଏହା ସହ ଏହି ସମୟରେ ସାପ କାମୁଡ଼ାର ଭୟ ମଧ୍ୟ ରହିଛି । ସେଥିପାଇଁ ସମସ୍ତ ମେଡିକାଲ ସାପ କାମୁଡ଼ା ପାଇଁ ଆଣ୍ଟି ସ୍ନେକ ଭେନମ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଜଟିଳ ରହିଥିବା କାରଣରୁ ସମସ୍ତ ମେଡିକାଲ କଲେଜକୁ ଆଲର୍ଟରେ ରଖାଯାଇଛି । ଆବଶ୍ୟକ ପଡିଲେ ସେହି ମେଡିକାଲ ଟିମକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ ବୋଲି ସୂଚନା ରହିଛି ।