ଭୁବନେଶ୍ବର:ମହାନଦୀରେ ଆଉ ବନ୍ୟାର ଆଶଙ୍କା ନାହିଁ । ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା, ଦୁଇ ଦିନ ତଳେ ଥିଲା ସର୍ବାଧିକ ବନ୍ୟା । ଆଉ ପାଣି ବଢ଼ିବାର ଆଶଙ୍କା ନାହିଁ । ହୀରାକୁଦରେ ଏବେ ୬୨୫ ଫୁଟ ପାଣି ଅଛି । ଉପରମୁଣ୍ଡରୁ ପାଣି କମିଛି । ଗତକାଲି ୨୨ ଗେଟ ଖୋଲା ଥିଲା । ଆସନ୍ତା ଦୁଇ ଦିନ ଯାଏଁ କୌଣସି ଗେଟ ବନ୍ଦ ହେବନି ।
ମୁଣ୍ଡଳୀରେ ଆଦୌ ବନ୍ୟା ନାହିଁ । ତେବେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଜଳବନ୍ଦୀ ପରିସ୍ଥିତି ଦେଖା ଯିବ | ବର୍ଷା ନ ହେବା ଯାଏଁ ମହାନଦୀକୁ ଆଉ ବନ୍ୟା ନାହିଁ। ଛତିଶଗଡ କଲମାର ଗେଟ ଖୋଲିଛି ହେଲେ ପାଣି କମୁଛି। ହୀରାକୁଦ ଜଳଭଣ୍ଡାରକୁ ତିନି ଦିନ ଭିତରେ SOP ଅନୁସାରେ ଖାଲି କରାଯାଇ, ଆଉ ଏକ ବନ୍ୟା ପାଇଁ ପ୍ରସ୍ତୁତ ରଖାଯିବ।
ବୈତରଣୀ ସମେତ ଅନ୍ୟ ସବୁ ନଦୀରେ ଜଳସ୍ତର କମୁଛି । ସବୁ ବିପଦ ସଂକେତ ତଳକୁ ଆସିଲାଣି। ମୋଟ ୭ ଟି ଘାଇ ହୋଇଛି। SRC ଅର୍ଥ ଦେଲେ ଦୁଇ ଦିନ ପରେ ମରାମତି କାମ ଆରମ୍ଭ ହେବ । ଆସନ୍ତା ବର୍ଷା ପୂର୍ବରୁ ଅସ୍ଥାୟୀ ମରାମତି ଶେଷ ହେବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।