ନୂଆଦିଲ୍ଲୀ: ଇଣ୍ଡୋନେସିଆର ମଦୁରା ଦ୍ୱୀପ ନିକଟ ସମୁଦ୍ର ମଧ୍ୟରେ ଏକ ଯାତ୍ରୀବାହୀ ଡଙ୍ଗା (ଫେରୀ)ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଅତିକମରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତିମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୂର୍ବ ଜାଭା ପ୍ରଦେଶର ସୁରାବାୟାଠାରୁ ଦକ୍ଷିଣ ସୁଲାୱେସିର ମକାସର ସହରକୁ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗାରେ ଯାତ୍ରା ଆରମ୍ଭ ହେବାର କିଛି ଘଣ୍ଟା ପରେ ନିଆଁ ଲାଗିଯାଇଥିଲା। ସେହି ସମୟରେ ଡଙ୍ଗାରେ ପ୍ରାୟ ୨୭୧ ଜଣ ଯାତ୍ରୀ ଓ କର୍ମଚାରୀ ଥିଲେ। ଏହା ପରେ ଅନେକ ଜାହାଜ ସହାୟତାରେ ଏକ ବ୍ୟାପକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା, ଯାହା ଫଳରେ ୨୨୫ ଜଣ ଲୋକଙ୍କୁ ଉଦ୍ଧାର କରାଯାଇପାରିଥିଲା।
ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି। ଫେରିରେ ନିଆଁ କିପରି ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏହି ଘଟଣା ରବିବାର ସକାଳେ ଘଟିଥିଲା। ଏହି ଦୁର୍ଘଟଣା ମାଦୁରା ଦ୍ୱୀପ ନିକଟରେ ଘଟିଥିଲା, ଯାହା ଜାଭାର ଉତ୍ତର-ପୂର୍ବ ଉପକୂଳ ନିକଟରେ ଅବସ୍ଥିତ।
ଫେରୀରେ ନିଆଁ କିପରି ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏହି ଘଟଣା ରବିବାର ସକାଳେ ଘଟିଥିଲା। ଏହି ଦୁର୍ଘଟଣା ମଦୁରା ଦ୍ୱୀପ ନିକଟରେ ଘଟିଥିଲା, ଯାହା ଜାଭାର ଉତ୍ତର-ପୂର୍ବ ଉପକୂଳ ନିକଟରେ ଅବସ୍ଥିତ।
ଏହି ଦୁର୍ଘଟଣାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଫେରିର ଉପର ଭାଗରୁ ଘନ କଳା ଧୂଆଁ ବାହାରୁଛି ଏବଂ ନିଆଁ ସମଗ୍ର ଜାହାଜରେ ବ୍ୟାପି ଯାଉଛି। ଲାଇଫ୍ ଜ୍ୟାକେଟ୍ ପିନ୍ଧିଥିବା ଯାତ୍ରୀମାନେ ଜାହାଜର ଗୋଟିଏ ପାର୍ଶ୍ୱରେ ଏକାଠି ହେଉଥିବାର ଦେଖାଯାଉଛି ଏବଂ କେତେକ ଯାତ୍ରୀ ପାଣିକୁ ମଧ୍ୟ ଡେଇଁ ପଡ଼ୁଥିବାର ଦେଖିବାକୁ ମିଳୁଛି।
ସୂଚନାଥାଉକି, ୨୦୨୫ ମସିହା ଜୁଲାଇ ମାସରେ, ଉତ୍ତର ସୁଲାୱେସି ପ୍ରଦେଶର ଉପକୂଳ ନିକଟରେ ଏକ ଯାତ୍ରୀବାହୀ ଜାହାଜରେ ନିଆଁ ଲାଗିବା ଫଳରେ ଅତିକମରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ପ୍ରାୟ ୧୫୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା।