Latest Odisha News

BREAKING NEWS

୨୪ ଘଂଟା ପରେ ଇସିଙ୍କ ଘୋଷଣା: ଦିଲ୍ଲୀରେ ୬୨.୫୯ ପ୍ରତିଶତ ଭୋଟିଂ

ନୂଆଦିଲ୍ଲୀ: ନିର୍ବାଚନ କମିଶନନ ୨୪ ଘଂଟା ପରେ ମତ ପ୍ରତିଶତ ଜାରି କରିଛନ୍ତି । ଅଫିସିଆଲ ଭାବେ ଦିଲ୍ଲୀରେ ୬୨.୫୯ ପ୍ରତିଶତ ଭୋଟିଂ ହୋଇଥିବା ଘୋଷଣା କରାଯାଇଛି । ପ୍ରତ୍ୟେକ ବୁଥରୁ ସମସ୍ତ ତଥ୍ୟ ସଂଗ୍ରହ କରିବା ଯୋଗୁ ଏହାର ପ୍ରକାଶ ନେଇ ବିଳମ୍ବ ହେଲା ବୋଲି ଚିଫ ଇଲୋକଟରାଲ ଅଫିସର ରଣବୀର ସିଂ କହିଛନ୍ତି ।

ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ କେତେକ ସ୍ଥାନରେ ଭୋଟିଂ ହୋଇଥିଲା । ବଲ୍ଲୀମାରନ ବିଧାନସଭାରେ ସର୍ବାଧିକ ୭୧.୬ ଓ ଦିଲ୍ଲୀ କେଂଟ ଅଂଚଳରେ ସର୍ବନିମ୍ନ ୪୫.୪ ପ୍ରତିଶତ ଭୋଟିଂ ହୋଇଛି । ସେହିପରି ୭୦ ବିଧାନସଭାରୁ ୫୯ରେ କୌଣସି ଅସୁବିଧା ହୋଇ ନାହିଁ । ବାକି ୧୧ଟି ସ୍ଥାନ ଯାଂଚ କରାଯିବା ପରେ ଦ୍ୱିତୀୟ ଥର ପାଇଁ ଭୋଟିଂ ବ୍ୟବସ୍ଥା କରାଯିବ ନାହିଁ ତାହା ବିଚାର କରାଯିବ ।

Leave A Reply

Your email address will not be published.