Latest Odisha News

BREAKING NEWS

କେବେ ଆସିବ ପ୍ଲାଷ୍ଟିକ ନୋଟ୍, ଜାଣନ୍ତୁ…

ନୂଆଦିଲ୍ଲୀ: ଭାରତ ସରକାର ପଲିମର ବା ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ତଥାପି ଜନସାଧାରଣଙ୍କୁ ପ୍ଲାଷ୍ଟିକ୍ ନୋଟ୍ ପାଇବା ପାଇଁ ଆହୁରି ଟିକିଏ ଅପେକ୍ଷା କରିବାକୁ ପଡିବ ବୋଲି କୁହାଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମଲୋହୋତ୍ରା ପ୍ଲାଷ୍ଟିକ୍ ନୋଟ୍ ଜାରି କରିବା ଯୋଜନା ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ସେୟାର କରିଛନ୍ତି।

ବୁଧବାର ମୁଦ୍ରା ନୀତି କମିଟିର ନିଷ୍ପତ୍ତି ଘୋଷଣା ହେବା ପରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ସଞ୍ଜୟ ମଲୋହୋତ୍ରା କହିଛନ୍ତି ଯେ ଆରବିଆଇ ପରବର୍ତ୍ତୀ ଆର୍ଥିକ ବର୍ଷର ଆରମ୍ଭରେ ପଲିମର ବା ପ୍ଲାଷ୍ଟିକ୍ ନୋଟ୍ ଜାରି କରିବାକୁ ପ୍ରସ୍ତୁତ ହେଉଛି।ଏହାର ଅର୍ଥ ହେଉଛି ଆରବିଆଇ ଆସନ୍ତା ବର୍ଷ ଏପ୍ରିଲ-ମେ ମାସରେ ପ୍ଲାଷ୍ଟିକ୍ ନୋଟ୍ ଜାରି କରିପାରେ ଏବଂ ଏହା ପରେ ଶୀଘ୍ର ପ୍ରଚଳନ ଆରମ୍ଭ କରିବ।

ଆରବିଆଇ ଗଭର୍ଣ୍ଣର ଉଲ୍ଲେଖ କରିଛନ୍ତି ଯେ କିଛି ଦେଶରେ 30 ବର୍ଷରୁ ଅଧିକ ସମୟ ଧରି ପଲିମର ନୋଟ୍ ଜାରି ହେବାର ରେକର୍ଡ ଅଛି। ଏହି ନୋଟ ଗୁଡ଼ିକ ବିଶେଷ ଭାବରେ କମ୍ ମୂଲ୍ୟର ନୋଟ୍ ପାଇଁ ଉପଯୋଗୀ ହେବ, କାରଣ ଏଗୁଡ଼ିକ ବହୁଳ ଭାବରେ ବ୍ୟବହୃତ ଏବଂ ପ୍ରଚଳିତ। “ଯଦି ସମସ୍ତ ଯୋଜନା ସମୟସୂଚୀ ଅନୁଯାୟୀ ଆଗକୁ ବଢ଼େ, ତେବେ ଆମର ଲକ୍ଷ୍ୟ ହେଉଛି ଆଗାମୀ ଆର୍ଥିକ ବର୍ଷ ଆରମ୍ଭ ସୁଦ୍ଧା ଏହି ନୋଟ ଗୁଡ଼ିକୁ ପ୍ରଚଳନ ହେବ।

Leave A Reply

Your email address will not be published.