Latest Odisha News

BREAKING NEWS

ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନ୍‌ସିପ ଫାଇନାଲ୍‌ରେ କିପରି ପହଞ୍ଚିବ ଟିମ୍ ଇଣ୍ଡିଆ ?

ନୂଆଦିଲ୍ଲୀ: ପୋର୍ଟ ଅଫ୍ ସ୍ପେନ୍ ଟେଷ୍ଟରେ ପାକିସ୍ତାନ ୮ ୱିକେଟରେ ବିଜୟୀ ହୋଇ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନ୍‌ସିପ ପଏଣ୍ଟ ଟେବୁଲର ୮ମ ସ୍ଥାନକୁ ଉନ୍ନୀତ ହୋଇଛି । କିନ୍ତୁ ପାକିସ୍ତାନ ଫାଇନାଲ୍ ଦୌଡ଼ରୁ ପୂର୍ବରୁ ହିଁ ବାଦ୍ ପଡ଼ିସାରିଛି । ଏବେ ବଡ଼ ପ୍ରଶ୍ନ ହେଉଛି— ଭାରତୀୟ ଦଳ କିପରି  ଫାଇନାଲ୍‌ରେ ପ୍ରବେଶ କରିପାରିବ ? ଶୁବମନ ଗିଲଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆକୁ ଫାଇନାଲ୍ ଟିକେଟ୍ ପାଇବା ପାଇଁ କ୍ରମାଗତ କିପରି ପ୍ରଦର୍ଶନ କରିବାକୁ ପଡ଼ିବ, ଆସନ୍ତୁ ଜାଣିବା । ଭାରତୀୟ ଦଳକୁ  ଆହୁରି ୯ଟି ଟେଷ୍ଟ ମ୍ୟାଚ୍ ଖେଳିବାର ଅଛି । ଟିମ୍ ଇଣ୍ଡିଆକୁ ଶ୍ରୀଲଙ୍କା, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ସିରିଜ୍ ଖେଳିବାକୁ ହେବ ।  ଭାରତ ୪୮.୧୫%  ପଏଣ୍ଟ ପ୍ରତିଶତ ସହ ୫ମ ସ୍ଥାନରେ ରହିଛି । ଯଦି ଭାରତ ବାକି ସମସ୍ତ ୯ଟି ମ୍ୟାଚ୍ ଜିତେ, ତେବେ ଦଳ ସର୍ବାଧିକ ୭୪.୦୭% (୧୬୦ ପଏଣ୍ଟ) ରେ ପହଞ୍ଚିପାରିବ ।

ଟପ୍‌୨ ରେ ସ୍ଥାନ ପକ୍କା କରିବାର ୩ଟି ସମୀକରଣ ମଧ୍ୟରୁ ଗୋଟିଏ ପୂରଣ କରିବାକୁ ହେବ । ଭାରତ ବାକି ୮ କିମ୍ବା ୯ଟି ମ୍ୟାଚ୍ ଜିତିଲେ ସିଧାସଳଖ ଫାଇନାଲ୍‌ରେ ସ୍ଥାନ ପକ୍କା କରିବ ।ଟିମ୍ ଇଣ୍ଡିଆ ୭ଟି ମ୍ୟାଚ୍ ଜିତେ, ଗୋଟିଏ ଡ୍ର ରଖେ ଏବଂ ମାତ୍ର ଗୋଟିଏ ମ୍ୟାଚ୍ ହାରେ, ତଥାପି ଦ୍ୱିତୀୟ ସ୍ଥାନରେ ରହି ଫାଇନାଲ ଯାଇପାରିବ ।୬ଟି  ବିଜୟ, ୨ଟି ଡ୍ର ଏବଂ ୧ଟି ପରାଜୟ ସତ୍ତ୍ୱେ ଭାରତ ନିକଟରେ ଟପ୍‌୨ ରେ ରହିବାର ସୁଯୋଗ ରହିବ । ଟିମ୍ ଇଣ୍ଡିଆ ପାଇଁ ଆଗାମୀ ୩ଟି ଯାକ ସିରିଜ କର ବା ମର ପରିସ୍ଥିତି ସୃଷ୍ଟି କରିବ । ଯଦି ଦଳ ୨ଟି ମ୍ୟାଚ୍ ହାରିଯାଏ, ତେବେ ଫାଇନାଲ୍ ଆଶା ସମ୍ପୂର୍ଣ୍ଣ ମାଟିରେ ମିଶିଯିବ । ମ୍ୟାଚ୍ ବିଜୟ ସହ ଭାରତକୁ ଓଭର-ରେଟ୍ ପେନାଲ୍ଟିରୁ ବଞ୍ଚିବାକୁ ପଡ଼ିବ, ନଚେତ୍ ପଏଣ୍ଟ କଟିବା ଯୋଗୁଁ ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିବାର ଆଶଙ୍କା ରହିବ ।

Leave A Reply

Your email address will not be published.