Latest Odisha News

BREAKING NEWS

ନାଳରେ ଭାସିଗଲେ ଦୁଇ କାଉଡ଼ିଆ, ଜଣେ ନିଖୋଜ

ଅନୁଗୋଳ: ଶ୍ରାବଣ ସୋମବାରରେ ଅଘଟଣ। ପାଣିର ପ୍ରଖର ସ୍ରୋତରେ ଭାସିଗଲେ ଦୁଇ ଜଣ କାଉଡ଼ିଆ। ଜଣେ ନିଖୋଜ, ଜଣେ ଉଦ୍ଧାର ହୋଇଛନ୍ତି। ଅନୁଗୋଳ ଟିପିରିସିଂହା ନିକଟ ଲିଙ୍ଗରା ନାଳରେ ପାଣି ଉଠାଉଥିବା ବେଳେ ଏହି ଅଘଟଣ ହୋଇଛି। ସୂଚନା ଅନୁସାରେ, ଟିପିରିସିଂହା ମନ୍ଦିରରେ ଜଳାଭିଷେକ କରିବା ପାଇଁ ଦୁଇ କାଉଡ଼ିଆ ଲିଙ୍ଗରା ନାଳରୁ ପାଣି ଉଠାଉଥିଲେ। ଏହି ସମୟରେ ହଠାତ୍‌ ପାଣିର ପ୍ରଖର ସ୍ରୋତରେ ଦୁହେଁ ଭାସିଯାଇଥିଲେ।

ଘଟଣାସ୍ଥଳରେ ଥିବା ଲୋକେ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣଙ୍କର କୌଣସି ପତ୍ତା ମିଳିନାହିଁ । ଖବର ପାଇ ଅନୁଗୋଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି। ନିଖୋଜ କାଉଡ଼ିଆଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଜୋରଦାର ଉଦ୍ଧାର ଓ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ତେବେ ତାଙ୍କ ପରିଚୟ ସମ୍ପର୍କରେ ଅଧିକ ତଥ୍ୟ ଏଯାଏ ସ୍ପଷ୍ଟ ହୋଇନାହିଁ। ବର୍ଷା ଯୋଗୁଁ ନାଳରେ ପାଣି ବଢ଼ିବା ସହ ସ୍ରୋତ ମଧ୍ୟ ତୀବ୍ର ରହିଛି। ଏଭଳି ସମୟରେ ନଦୀ, ନାଳ ଓ ଜଳାଶୟକୁ ଯିବାବେଳେ ସତର୍କତା ଅବଲମ୍ବନ ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ଲୋକଙ୍କୁ ସଚେତନ କରାଯାଉଛି।

Leave A Reply

Your email address will not be published.