ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ AI କମ୍ପାନୀ ‘xAI’ ନୂତନ ‘Imagine Image 2.0’ ଲଞ୍ଚ କରିଛି। ଏହି AI ମଡେଲ୍ କେବଳ ଚିତ୍ର ପ୍ରସ୍ତୁତ କରିବା ମଧ୍ୟରେ ସୀମିତ ନୁହେଁ ବରଂ ଏଥିରେ ଚିତ୍ରଗୁଡ଼ିକୁ ଏଡିଟ୍ କରିବା ପାଇଁ ଅନେକ ନୂତନ ଟୁଲ୍ ମଧ୍ୟ ଉପଲବ୍ଧ ରହିଛି। କମ୍ପାନୀ ଦାବି କରିଛି ଯେ ଏହାକୁ ବୃତ୍ତିଗତ କାର୍ଯ୍ୟ ପାଇଁ ଉପଯୁକ୍ତ ପ୍ରତିଛବି ସୃଷ୍ଟି କରିବା ପାଇଁ ଡିଜାଇନ୍ କରାଯାଇଛି। ଏହା ଟେକ୍ସଟ୍ (text), ଲେଆଉଟ୍ (layout), ଏଡିଟିଂ (editing) ଏବଂ ଡିଜାଇନ୍ (design) ସମ୍ବନ୍ଧୀୟ ଉନ୍ନତ ବୈଶିଷ୍ଟ୍ୟ ପ୍ରଦାନ କରେ। OpenAI ଏବଂ Meta କୁ ପ୍ରତିଦ୍ୱନ୍ଦ୍ୱିତା ଦେବା ପାଇଁ ଏହି ଟୁଲ୍ଟିକୁ ଅଣାଯାଇ ।
ବାସ୍ତବିକ ଓ ବୃତ୍ତିଗତ କାର୍ଯ୍ୟ ପାଇଁ AI-ଦ୍ୱାରା ପ୍ରସ୍ତୁତ ଚିତ୍ରଗୁଡ଼ିକର ବ୍ୟବହାରକୁ ସକ୍ଷମ କରିବା ଲକ୍ଷ୍ୟରେ xAI ‘Imagine Image 2.0’ ବିକଶିତ କରିଛି। କମ୍ପାନୀ ଅନୁଯାୟୀ, ଏହି ମଡେଲ୍ ବ୍ୟବହାରକାରୀଙ୍କ ଦ୍ୱାରା ପ୍ରଦତ୍ତ ବିସ୍ତୃତ ନିର୍ଦ୍ଦେଶାବଳୀକୁ ଭଲ ଭାବରେ ବୁଝି ଚିତ୍ର ପ୍ରସ୍ତୁତ କରିପାରିବ। ଏହା ଟାଇପୋଗ୍ରାଫି, ଲେଆଉଟ୍ ଏବଂ ପାଠ୍ୟକୁ ଉନ୍ନତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଏ। ଏହାକୁ ପୋଷ୍ଟର, ଉପସ୍ଥାପନା, ସୋସିଆଲ ମିଡିଆ ଗ୍ରାଫିକ୍ସ ଏବଂ ଅନ୍ୟାନ୍ୟ ଡିଜାଇନ୍-ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇପାରିବ।
Announcing Imagine Image 2.0, our next generation image model with precision editing, crisp text rendering, improved factuality, and real world usefulness.
Image 2.0 helps you make images for real work.https://t.co/y423lvT7mL
— Grok (@grok) August 8, 2026
ଇମାଜିନ୍ ଇମେଜ୍ 2.0 ଅନେକ ନୂତନ ଏଡିଟିଂ ଫିଚର ପ୍ରଦାନ କରେ। ଏହାର ସବୁଠାରୁ ଆକର୍ଷଣୀୟ ଫିଚର ହେଉଛି ‘ମ୍ୟାଜିକ୍ ୱାଣ୍ଡ- Magic Wand’, ଯାହା ବ୍ୟବହାରକାରୀଙ୍କୁ ସମ୍ପୂର୍ଣ୍ଣ ଚିତ୍ରକୁ ପୁଣି ତିଆରି ନକରି ଏକ ଚିତ୍ରର ନିର୍ଦ୍ଦିଷ୍ଟ ଅଂଶଗୁଡ଼ିକୁ ପରିବର୍ତ୍ତନ କରିବାକୁ ଅନୁମତି ଦିଏ। ଏଥିରେ ଚିତ୍ରର ନିର୍ଦ୍ଦିଷ୍ଟ କ୍ଷେତ୍ରଗୁଡ଼ିକୁ ସଠିକ୍ ଭାବରେ ଚୟନ କରିବା ପାଇଁ ଏକ ସେଗମେଣ୍ଟେସନ୍ ଟୁଲ୍ ମଧ୍ୟ ଅନ୍ତର୍ଭୁକ୍ତ।
xAI, ‘Imagine Image 2.0’ ସହିତ ଅନେକ ପ୍ରସ୍ତୁତ ଟେମ୍ପଲେଟ୍ (ready-made templates) ମଧ୍ୟ ରହିବ । ଫଟୋ ଏଡିଟିଂ, ବୃତ୍ତିଗତ ହେଡ୍ଶଟ୍ (professional headshots), ପ୍ରଡକ୍ଟ ଫଟୋଗ୍ରାଫି, ଆଇକନ୍ ଏବଂ ଗେମ୍ ଆସେଟ୍ ଭଳି କାର୍ଯ୍ୟ ପାଇଁ ଏଗୁଡ଼ିକୁ ବ୍ୟବହାର କରାଯାଇପାରିବ।
ଏହାର ଅର୍ଥ ହେଉଛି, ପ୍ରତ୍ୟେକ ଥର ଆରମ୍ଭରୁ ଏକ ଲମ୍ବା ‘ପ୍ରମ୍ପ୍ଟ’ (prompt) ଲେଖିବାର ଆବଶ୍ୟକତା ନାହିଁ; ବ୍ୟବହାରକାରୀମାନେ ନିଜ ଆବଶ୍ୟକତା ଅନୁଯାୟୀ ଏକ ଟେମ୍ପଲେଟ୍ ବାଛିପାରିବେ, ଆବଶ୍ୟକୀୟ ସୂଚନା ପ୍ରଦାନ କରିପାରିବେ ଏବଂ ସେହି ଅନୁସାରେ ଏକ ଚିତ୍ର (image) ପ୍ରସ୍ତୁତ କରିପାରିବେ।
ବର୍ତ୍ତମାନ, ଏହା iOS, Android ଏବଂ ୱେବ୍ରେ ‘Grok’ ମାଧ୍ୟମରେ ଉପଲବ୍ଧ ଅଛି। xAI ଭବିଷ୍ୟତରେ ଏହାର API ଉପଲବ୍ଧ କରାଇବା ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଛି ।
