Latest Odisha News

BREAKING NEWS

ଯାଜପୁରରେ ଗୁଳି ଫୁଟାଇ ଅଳଙ୍କାର ବ୍ୟବସାୟୀଙ୍କୁ ଲୁଟ୍, ନେଇଗଲେ ୪ କେଜି. ରୂପା…

ଭୁବନେଶ୍ବର: ଯାଜପୁର ସହରର ଯାଜପୁର ସଦର ଥାନା ଅନ୍ତର୍ଗତ ଶିବ ଛକରେ ଜଣେ ରୂପା ଅଳଙ୍କାର ଦୋକାନ ମାଲିକଙ୍କୁ ଦୁର୍ବୃତ୍ତମାନେ ଗୁଳି କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ଦୋକାନ ଲୁଟିବା ପରେ ୪ କିଲୋରୁ ଅଧିକ ରୂପା ଅଳଙ୍କାର ନେଇ ପଳାଇ ଯାଇଥିଲେ। ତେବେ ମା ମଙ୍ଗଳା ଅଳଙ୍କାର ଦୋକାନର ମାଲିକ ବିଜୟ ସାହୁ ଏବଂ ତାଙ୍କ ସ୍ତ୍ରୀ ଦୋକାନ ବନ୍ଦ କରି ଆସୁଥିବା ସମୟରେ ଏହି ଘଟଣା ଘଟିଥିଲା। ପ୍ରତିଦିନ ଭଳି ଗତ ରାତିରେ ଦୋକାନ ବନ୍ଦ କରି ଘରକୁ ବାହାରିଥିଲେ ଜୁଏଲରୀ ଦୋକାନୀ ବିଜୟ ସାହୁ ଓ ତାଙ୍କ ପତ୍ନୀ । ସମୟ ପ୍ରାୟ ରାତି ୧୦ଟା କିନ୍ତୁ ଘରେ ପହଞ୍ଚିବା ପୂର୍ବରୁ ଇନ୍ଦାରାଇ ନିକଟରେ ଘଟିଥିଲା ଅଘଟଣ । ବାଇକ୍‌ରେ ଆସିଥିବା କିଛି ଦୁର୍ବୃତ୍ତ ଦମ୍ପତିଙ୍କୁ ପିଛା କରିବା ସହ ସୁଯୋଗ ଦେଖି ରାସ୍ତାରେ ସେମାନଙ୍କୁ ଅଟକାଇ ଦେଇଥିଲେ। ଏପରିକି ଦୁର୍ବୃତ୍ତମାନେ ଦୋକାନ ମାଲିକଙ୍କ ଉପରେ ଫାଙ୍କା ଗୁଳି ଚାଳନା କରି ଅଳଙ୍କାର ନେଇ ପଳାଇ ଯାଇଥିଲେ।

ଲୁଟ୍ ହୋଇଥିବା ବ୍ୟାଗ୍‌ରେ ପ୍ରାୟ ୪ କେଜିରୁ ଅଧିକ ରୁପା ଅଳଙ୍କାର ଥିବା ଜଣାପଡ଼ିଛି । ଏହା ସହ ଅନ୍ୟାନ୍ୟ ଗହଣା ମଧ୍ୟ ବ୍ୟାଗ୍‌ରେ ଥିଲା। ସୂଚନା ପାଇ ଯାଜପୁର ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଲାସୀ ଅଭିଯାନ ଚାଲିଛି।

Leave A Reply

Your email address will not be published.