ବିଜାପୁର: ଛତିଶଗଡର ବିଜାପୁରରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ସିଆର୍ପିଏଫ୍ କୋବ୍ରା ବଟାଲିୟନର ୨ ଯବାନ ସହିଦ ହୋଇଛନ୍ତି । ସେପଟେ ସେନାର ପାଲଟା ଆକ୍ରମଣରେ ଜଣେ ନକ୍ସଲ ନିହତ ହୋଇଥିବା ଜଣାପଡିଛି ।
ଆଜି ସକାଳେ ସିଆର୍ପିଏଫ୍ ଯବାନଙ୍କ ପକ୍ଷରୁ ଇରାପାଲ୍ଲି ଗାଁରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଏହି ସମୟରେ ସେଠାରେ ଲୁଚି ରହିଥିବା ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲେ । ଏହାର ଜବାବରେ ସେନା ମଧ୍ୟ ପାଲଟା ଆକ୍ରମଣ କରିଥିଲା । ଏହି ସମୟରେ କୋବ୍ରା ବାହିନୀ ୨୦୪ ବଟାଲିୟନର ୨ ଜଣ ଯବାନ ସହିଦ ହୋଇଛନ୍ତି । ଅନ୍ୟ ୪ ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ନକ୍ସଲଙ୍କୁ ଧରିବା ପାଇଁ ସେହି ଅଚଂଳରେ ଏବେବି ସର୍ଚ୍ଚ ଅପରେସନ୍ ଜାରି ରହିଛି ।
BREAKING NEWS
- ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ
- ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ, ଅହମ୍ମଦାବାଦରେ ଭୋଟ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ
- ମେ ୧୫ରୁ ସିୟୁଇଟି ୟୁଜି ପରୀକ୍ଷା, ୬୩ଟି ପେପର ପାଇଁ ହେବ ଏକ୍ସଜାମ୍
- ୧୦ ରେ ପବିତ୍ର ଅକ୍ଷୟ ତୃତୀୟା, ଆରମ୍ଭ ହେଲା ‘ରଥଖଳା’ ପ୍ରସ୍ତୁତି
- ନୀଳାଚଳ ସାରସ୍ୱତ ସଙ୍ଘର ୭୪ତମ ଭକ୍ତ ସମ୍ମିଳନୀ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
- ବିନା ଶୋଭାଯାତ୍ରାରେ ପ୍ରାର୍ଥୀ ପତ୍ର ଦାଖଲ କଲେ ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀ ଜୟ ନାରାୟଣ ପଟ୍ଟନାୟକ
- ସୁଶାନ୍ତ ନା ଇରାଶିଷ, କାହାକୁ ଭରସା କରିବ ଭଟଲି?
- ଟିକେଟ କାଟିବା ପରେ ଅସନ୍ତୁଷ୍ଟଙ୍କ ପିଠି ଥାପୁଡଉଛି ବିଜେଡି, ତାଲିକାରେ ଯୋଡ଼ି ହେଲେ ସମୀର ଦାସ ଏବଂ ଅରୁନ୍ଧତୀ
- ଭାରତୀୟ ସେନାରେ ପ୍ରଥମ ଥର ପାଇଁ ନୂତନ ବ୍ରାଂଚରେ ମହିଳା ଅଫିସର ହେବେ ବ୍ରିଗେଡିୟର
- ରଣନୀତି ଅନୁସାରେ ଧୋନୀ ଖେଳୁଛନ୍ତି ନାଁ ଅଛନ୍ତି ଅନଫିଟ