Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ବିଜୟଙ୍କ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ତ୍ରିଷା: ବାପାମାଆଙ୍କ ସହ ବସିବା ପରେ ପୁଣି ଚର୍ଚ୍ଚାରେ ପ୍ରେମ ସମ୍ପର୍କ!

ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଲୋକପ୍ରିୟ ସୁପରଷ୍ଟାର ‘ ଥାଲାପତି’ ବିଜୟ ଏବଂ ଦକ୍ଷିଣ ଭାରତ ସିନେମାର ଆଗଧାଡ଼ିର ଅଭିନେତ୍ରୀ ତ୍ରିଷା କୃଷ୍ଣନ୍‌ଙ୍କ ସମ୍ପର୍କକୁ ନେଇ ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି । ଶନିବାର ଅଗଷ୍ଟ ୧୫ ତାରିଖରେ ଦେଶର ୮୦ତମ ସ୍ୱାଧୀନତା ଦିବସ ଅବସରରେ ରାଜଧାନୀ ଚେନ୍ନାଇର ଐତିହାସିକ ଫୋର୍ଟ ସେଣ୍ଟ ଜର୍ଜଠାରେ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ବିଜୟ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ, ସେଠାରେ ଅଭିନେତ୍ରୀ ତ୍ରିଷାଙ୍କ ଉପସ୍ଥିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ନୂଆ ସମୀକରଣର ସୂଚନା ଦେଇଥିଲା।

ସାମ୍ନାକୁ ଆସିଥିବା ଏକାଧିକ ଭାଇରାଲ୍ ଭିଡିଓ ଏବଂ ଫଟୋ ଅନୁଯାୟୀ, ତ୍ରିଷା ହଳଦିଆ ରଙ୍ଗର ଏକ ସୁନ୍ଦର ଶାଢ଼ି ପିନ୍ଧି, ମୁଣ୍ଡରେ ଗଜରା ଲଗାଇ ପାରମ୍ପରିକ ତଥା ଆକର୍ଷଣୀୟ ବେଶରେ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ । ସବୁଠାରୁ ବଡ଼ କଥା ହେଲା, ତ୍ରିଷା ଏହି ସରକାରୀ ଉତ୍ସବରେ ନିଜ ମାଆ ଉମା କୃଷ୍ଣନ୍‌ଙ୍କ ସମେତ ମୁଖ୍ୟମନ୍ତ୍ରୀ ବିଜୟଙ୍କ ବାପା ଏସ୍.ଏ ଚନ୍ଦ୍ରଶେଖର ଏବଂ ମାଆ ଶୋଭା ଚନ୍ଦ୍ରଶେଖରଙ୍କ ସହିତ ପ୍ରଥମ ଧାଡ଼ିରେ ବସିଥିବାର ନଜର ଆସିଥିଲେ । ଏତିକି ନୁହେଁ, ପରେ ପରେଡ୍ ସମୟରେ ଯେତେବେଳେ ମୁଖ୍ୟମନ୍ତ୍ରୀ ବିଜୟ ନିଜ ସରକାରୀ ଜିପ୍‌ରେ ଉକ୍ତ ସ୍ଥାନ ଦେଇ ଅତିକ୍ରମ କରୁଥିଲେ, ସେତେବେଳେ ତ୍ରିଷା ସ୍ଥାନରୁ ଛିଡ଼ା ହୋଇ ତାଙ୍କୁ ଉତ୍ସାହର ସହ ସଲାମ୍ କରିଥିଲେ । ବର୍ତ୍ତମାନ ଏହି ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି।

ଏହି ଘଟଣା ପରେ ବିଜୟ ଏବଂ ତ୍ରିଷାଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ଗୁଜବକୁ ପୁଣି ଥରେ ଖୋରାକ୍ ମିଳିଛି । ସୂଚନାଯୋଗ୍ୟ ଯେ, ଗତ କିଛି ମାସ ଧରି ବିଜୟ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଲଗାତାର ଖବରରେ ଅଛନ୍ତି । ପୂର୍ବରୁ ତାଙ୍କ ପତ୍ନୀ ସଙ୍ଗୀତା ଛାଡ଼ପତ୍ର ପାଇଁ ଆବେଦନ କରିଥିବା ଏବଂ ସମ୍ପ୍ରତି ସେହି ଛାଡ଼ପତ୍ର ଆବେଦନକୁ କୋର୍ଟରୁ ପ୍ରତ୍ୟାହାର କରିନେଇଥିବା ଖବର ମିଡିଆ ପ୍ରକାଶ ପାଇଥିଲା । ତେବେ ଏସବୁ ଘଟଣାକ୍ରମ ଭିତରେ ସ୍ୱାଧୀନତା ଦିବସର ଏହି ରାଜକୀୟ କାର୍ଯ୍ୟକ୍ରମରେ ତ୍ରିଷାଙ୍କ ସହ ବିଜୟଙ୍କ ବାପାମାଆଙ୍କ ଘନିଷ୍ଠ ବଣ୍ଡିଂ ଦେଖି ଫ୍ୟାନ୍ସମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଅବଶ୍ୟ, ଏହି ସମସ୍ତ ଗୁଜବକୁ ନେଇ ଏପର୍ଯ୍ୟନ୍ତ ନା ମୁଖ୍ୟମନ୍ତ୍ରୀ ବିଜୟ ନା ଅଭିନେତ୍ରୀ ତ୍ରିଷା କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଦେଇଛନ୍ତି, କିନ୍ତୁ ଏହି ପ୍ରସଙ୍ଗ ଏବେ ହଟ୍ ଟପିକ୍ ପାଲଟିଛି।

Leave A Reply

Your email address will not be published.