ନୂଆଦିଲ୍ଲୀ: ଆସନ୍ତାକାଲି ଆସିବ ଦିଲ୍ଲୀ ନିବାଚନୀ ଫଳାଫଳ । ମଙ୍ଗଳବାର ସକାଳ ୮ଟାରୁ ଦିଲ୍ଲୀ ସବୁ କେନ୍ଦ୍ରରେ ମତ ଗଣନା ଆରମ୍ଭ ହେବ । ଏଥିପାଇଁ ଷ୍ଟ୍ରଙ୍ଗରୁମ୍ ବାହାରେ ପୋଲିସର କଡା ପହରା ମଧ୍ୟ ରହିଛି । ତେବେ ଏଥର କିଏ ଜିତିବ ଆଉ କିଏ ଦଖଲ କରିବ ଦିଲ୍ଲୀ ତାକୁ ନେଇ ଆକଳନ ଜୋରଦାର ଚାଲିଛି । ବିଭିନ୍ନ ସଂସ୍ଥା ପକ୍ଷରୁ ଆସିଥିବା ବୁଥ ବାହୁଡା ମତରୁ ଆମ ଆଦମୀ ପାର୍ଟି ଦିଲ୍ଳୀରେ ପୁଣି ସରକାର ଗଢ଼ିବ ବୋଲି ଜଣାପଡିଛି । ତେବେ ଏସବୁ ଭିତରେ ଆପ୍କୁ ଇଭିଏମ୍ ଭୟ ଘାରିଛି ।
ସେପଟେ ବିଜେପି କିନ୍ତୁ ଏଗ୍ଜିଟ୍ ପୋଲ ରିପୋର୍ଟକୁ ଭୁଲ ବୋଲି କହିଛି । ବିଜେପର ଷ୍ଟାର ପ୍ରାର୍ଥୀ ମନୋଜ ତିୱାରୀ ଏଗ୍ଜିଟ୍ ପୋଲ ରିପୋର୍ଟ ଭୁଲ୍ ହେବ ବୋଲି ଦାବି କରିଛନ୍ତି । ବିଜେପି ଦିଲ୍ଲୀରେ ୪୮ ଆସନ ଦଖଲ କରିବ ବୋଲି ସେ କହିଛନ୍ତି । ତେବେ ବିଜେପିର ଏପରି ଦମ୍ଭୋକ୍ତି ପରେ ଆମ୍ ଆଦ୍ମୀ ପାର୍ଟି ଭିତରେ ଭୟ ଖେଳି ଯାଇଛି । ଷ୍ଟ୍ରଙ୍ଗରୁମ୍ ବାହାରେ ପୋଲିସର କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଦଳୀୟ କର୍ମୀମାନେ ପହରା ଦେଇଛନ୍ତି । ସେପଟେ ଇଭିଏମ୍କୁ ନେଇ କୌଣସି ପ୍ରକାର ଆଶଙ୍କା ଅମୂଳକ ବୋଲି କହିଛନ୍ତି ଦିଲ୍ଲୀ କମିଶନର ।
BREAKING NEWS
- ନକ୍ସଲ ସଂଗଠନକୁ ବଡ଼ ଝଟକା; କମାଣ୍ଡର ଚନ୍ଦରଙ୍କ ସମେତ ୫ନକ୍ସଲଙ୍କ ଆତ୍ମସମର୍ପଣ
- ସୟଦ ମୋଦୀ ଇଣ୍ଟରନ୍ୟାସନାଲ: ଫାଇନାଲରେ ଥାଇଲାଣ୍ଡର ସୁପାନିଡାଙ୍କଠାରୁ ହାରିଲେ ତନ୍ଭୀ
- ସୁନା ଖୋଜୁଥିବା ବ୍ୟକ୍ତିଙ୍କୁ ମିଳିଲା ୧୭ କିଲୋର ରହସ୍ୟମୟ ପଥର
- ଅପହରଣ ଘଟଣାରେ ପୋଲିସକୁ ବଡ଼ ସଫଳତା; ଅଳ୍ପ ଘଣ୍ଟା ମଧ୍ୟରେ ଯୁବତୀ ହେଲେ ଉଦ୍ଧାର
- Shami Meets BJP Chief:ରାଜନୀତି ଫିଲ୍ଡରେ ଡେବ୍ୟୁ କରିବେ କି ସାମି?ବିଜେପି ଜାତୀୟ ସଭାପତି ନିତିନ ନବୀନଙ୍କୁ ଭେଟିଲେ
- ସମୁଦ୍ରରେ ଲୁଚି ମାଛ ଧରୁଥିବା ଜାହାଜର ପର୍ଦ୍ଦାଫାସ କରିବେ ସାମୁଦ୍ରିକ ପକ୍ଷୀ
- Kataka Ganesh Ghat Murder Case:ଗଣେଶଘାଟ ହତ୍ୟାକାଣ୍ଡ:ଗିରଫଦାରୀ ସଂଖ୍ୟା ୩୨କୁ ବୃଦ୍ଧି,ସିସିଟିଭି ଫୁଟେଜ୍ ଚାଲିଛି ଯାଞ୍ଚ
- ଅନ୍ଧାର ରାତି ପରେ ସକାଳ ହୁଏ’: ଭାରତୀୟ ଦଳକୁ ଫେରିବା ଆଶା ଛାଡ଼ି ନାହାନ୍ତି ସୂର୍ୟ୍ୟକୁମାର
- ବନ୍ଦେ ଭାରତ ଏକ୍ସପ୍ରେସ୍ରେ ଖାଦ୍ୟରୁ ବାହାରିଲା ଲୁହା ବୋଲ୍ଟ, ଯାତ୍ରୀଙ୍କ ଅଭିଯୋଗ ପରେ IRCTCର କ୍ଷମା ପ୍ରାର୍ଥନା
- ଟିମ ଇଣ୍ଡିଆ ପାଇଁ ସମସ୍ୟା ସୃଷ୍ଟି କରିବ ୩୦୦ରୁ ଊର୍ଦ୍ଧ୍ୱ ରନର ଲକ୍ଷ୍ୟ, ଜିତିବା ପାଇଁ ଭାଙ୍ଗିବାକୁ ହେବ ୨୧ଶ ଶତାବ୍ଦୀର ବଡ଼ ରେକର୍ଡ
Comments are closed.