ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବନ୍ୟା ସ୍ରୋତରେ ଭାସିଯାଇଥିବା ଜଣେ ବ୍ୟବସାୟୀଙ୍କୁ ବୁଧବାର ସ୍ଥାନୀୟ ଯୁବକମାନେ ଉଦ୍ଧାର କରିଛନ୍ତି।
ସୋରୋ ବ୍ଲକର ତଳନଗର ପଞ୍ଚାୟତ ଅନ୍ତର୍ଗତ ପଦନାପଡ଼ା ଗାଁରେ ଏହି ଘଟଣା ଘଟିଛି।
ରିପୋର୍ଟ ଅନୁଯାୟୀ, ବ୍ୟବସାୟୀ ଜଣକ ପ୍ରବଳ ବନ୍ୟା ସ୍ରୋତରେ ଫସି ଯାଇଥିଲେ। ପ୍ରାୟ ୧୫ ଫୁଟ ଭାସିଯିବା ପରେ ସେ ଏକ ଗଛ ଡାଳକୁ ଧରିବାରେ ସଫଳ ହୋଇଥିଲେ। ବିକ୍ରି ପାଇଁ ରଖିଥିବା ଜିନିଷପତ୍ର ସହ ତାଙ୍କ ଗାଡ଼ି ମଧ୍ୟ ବନ୍ୟା ସ୍ରୋତରେ ଭାସି ଯାଇଥିଲା। ପରେ ତାଙ୍କୁ ଦେଖି ପଦନାପଡ଼ା ଗାଁର ଯୁବକମାନେ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ ଉକ୍ତ ବିକାଳି।

