Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ କୁଜଙ୍ଗ ମେଡିକାଲ୍‌ର ବିପିଏମ୍, ଆଶା କର୍ମୀଙ୍କଠାରୁ ନେଉଥିଲେ ଲାଞ୍ଚ

କୁଜଙ୍ଗ: ଲାଞ୍ଚ ନେଉଥିବାବେଳେ ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମେଡିକାଲ କର୍ମଚାରୀ। କୁଜଙ୍ଗ ମେଡିକାଲ ପ୍ରୋଗ୍ରାମ୍ ମ୍ୟାନେଜର (ବିପିଏମ୍) ମନୋଜ ନାୟକ ଜଣେ କାର୍ଯ୍ୟରତ ଆଶା କର୍ମୀଙ୍କଠାରୁ ଏକ କାର୍ଯ୍ୟ କରାଇଦେବାକୁ କହି ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜଗତସିଂହପୁର ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ ଆଶା କର୍ମୀ ପ୍ରଭାତୀ ମଲ୍ଲିକଙ୍କଠାରୁ ମନୋଜ ନାୟକ ଟଙ୍କା ଦାବି କରିଥିଲେ। ଏନେଇ ଭିଜିଲାନ୍ସରେ ଅଭିଯୋଗ ପରେ ଯୋଜନାବଦ୍ଧ ଭାବେ ଜାଲ ବିଛାଯାଇଥିଲା। ଯୋଜନା ମୁତାବକ ବିପିଏମ୍ ମନୋଜ ନାୟକ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା।

ବିପିଏମ୍ ମନୋଜ ନାୟକଙ୍କ ବିରୋଧରେ ପୂର୍ବରୁ ମଧ୍ୟ ତଳିଆ କର୍ମଚାରୀ ଓ ସାଧାରଣ ଲୋକଙ୍କଠାରୁ ଅର୍ଥ ଶୋଷଣ କରୁଥିବା ନେଇ ଏକାଧିକ ଅଭିଯୋଗ ରହିଥିଲା। ତେବେ ଏହି ଅଭିଯୋଗଗୁଡ଼ିକର ସତ୍ୟତା ନେଇ ଭିଜିଲାନ୍ସ ତଦନ୍ତ ପରେ ସ୍ପଷ୍ଟ ହେବ।ଘଟଣାକୁ ନେଇ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

 

Leave A Reply

Your email address will not be published.