Latest Odisha News

BREAKING NEWS

ଆଶ୍ରମ ବିଦ୍ୟାଳୟରେ ବ୍ୟାପିଲାଣି ଜଣ୍ଡିସ;ଗୋଟିଏ ସପ୍ତାହରେ ୧୦ ଛାତ୍ରଛାତ୍ରୀ ଆକ୍ରାନ୍ତ

ବୋଲଗଡ଼:ଖୋର୍ଦ୍ଧା ଜିଲ୍ଲାର ଏକ ଆଶ୍ରମ ବିଦ୍ୟାଳୟରେ ବ୍ୟାପିଲାଣି ଜଣ୍ଡିସ୍‌ । ବୋଲଗଡ଼ ବ୍ଲକ ମୁଗମୁଣ୍ଡା ଆଶ୍ରମ ବିଦ୍ୟାଳୟରେ ବ୍ୟାପିଛି ଜଣ୍ଡିସ୍‌। ଗତ ସପ୍ତାହେ ଭିତରେ ସ୍କୁଲର ୮ରୁ ୧୦ ଛାତ୍ରଛାତ୍ରୀଙ୍କ ଠାରେ ଜଣ୍ଡିସ୍‌ ଚିହ୍ନଟ ହୋଇଛି । ଜଣ୍ଡିସ ଚିହ୍ନଟ ପରେ ବିଦ୍ୟାଳୟର ହଷ୍ଟେଲକୁ ୧୫ ଦିନ ପାଇଁ ବନ୍ଦ କରିଦିଆଯାଇଛି।

ସୂଚନାଥାଉକି, କିଛିଦିନ ତଳେ ପିଲାଙ୍କୁ ଜ୍ୱର ହୋଇଥିଲା। ଆଶ୍ରମ ବିଦ୍ୟାଳୟ ଶିକ୍ଷକ ମେଡିକାଲ ନେଇ ପରୀକ୍ଷା କରିବାରୁ ଜଣ୍ଡିସ ବୋଲି ଜଣାପଡ଼ିଲା। ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥାବସ୍ଥା ଭଲ ଥିବା ସୂଚନା ରହିଛି ।

ଦୂଷିତ ପାଣିର ବ୍ୟବହାର ଏବଂ ବାସି ଖାଦ୍ୟ ଖାଇବା ଯୋଗୁ ଜଣ୍ଡିସ୍‌ ବ୍ୟାପୁଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଟିମ୍ ସ୍କୁଲରେ ପହଞ୍ଚି ପାଣି ଟାଙ୍କି ଏବଂ ବିଭିନ୍ନ ସ୍ଥାନ ରୁ ଜଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲାବ୍ରୋଟୋରୀ ପଠାଇଛି।

ଏପଟେ ଜଣ୍ଡିସ ବ୍ୟାପିବାର ପ୍ରକୃତ କାରଣ ଖୋଜିବା ସହ ଏହାର ନିରାକରଣ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।

Leave A Reply

Your email address will not be published.