ମୁମ୍ବାଇ:ବଲିଉଡ୍ ଷ୍ଟାର୍ ସନ୍ନି ଦେଓଲ୍ ଏବଂ ଜଣାଶୁଣା ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ଯୋଡ଼ି ବଟୱାରା ୧୯୪୭ ପରେ ପୁଣିଥରେ ବଡ଼ ପରଦାକୁ ଫେରିବାକୁ ଯାଉଛନ୍ତି । ଏହି ଯୋଡ଼ି ଘାୟଲ, ଦାମିନୀ ଓ ଘାତକ ଭଳି ସୁପରହିଟ୍ ଫିଲ୍ମ ଦେଇଛନ୍ତି । ଏବେ ସେମାନଙ୍କର ୫ମ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ସନ୍ନି ଓ ସନ୍ତୋଷୀଙ୍କ ଆଗାମୀ ଫିଲ୍ମଟି ୧୯୯୬ର ସୁପରହିଟ୍ ଆକ୍ସନ୍ ଫିଲ୍ମ ଘାତକର ସିକ୍ୱେଲ ହୋଇପାରେ । ଆଗାମୀ ୩ ମାସ ମଧ୍ୟରେ ଏହି ପ୍ରୋଜେକ୍ଟର ଆନୁଷ୍ଠାନିକ ଘୋଷଣା ହେବାର ସମ୍ଭାବନା ରହିଛି ।
ସନ୍ନି ଦେଓଲଙ୍କ ବ୍ୟସ୍ତସୂଚୀକୁ ଦୃଷ୍ଟିରେ ରଖି ୨୦୨୭ରେ ଏହି ଆକ୍ସନ୍ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ନିର୍ମାତା ଯୋଜନା ରଖିଛନ୍ତି । ଅଗଷ୍ଟ ୧୪ରେ ରିଲିଜ୍ ହୋଇଥିବା ବଟୱାରା ୧୯୪୭ ଫିଲ୍ମ ପ୍ରଥମ ସପ୍ତାହରେ ମାତ୍ର ୩୩.୬୦ କୋଟି ଟଙ୍କା କଲେକ୍ସନ୍ କରିପାରିଛି । ସମାଲୋଚକଙ୍କ ପ୍ରଶଂସା ସତ୍ତ୍ୱେ ବକ୍ସ ଅଫିସରେ ଫିଲ୍ମଟି ଆଶାଜନକ ବ୍ୟବସାୟ କରିବାରେ ବିଫଳ ହୋଇଛି । ସମାନ ଦିନରେ ରିଲିଜ୍ ହୋଇଥିବା ଇମ୍ରାନ୍ ହାସମୀଙ୍କ ଆୱାରାପନ ୨ ପ୍ରଥମ ସପ୍ତାହରେ ୧୧୩.୫୦ କୋଟି ଟଙ୍କା ରୋଜଗାର କରି କୁ ବଡ଼ ଟକ୍କର ଦେଇଛି ।

