Latest Odisha News

BREAKING NEWS

ଉଜୁଡ଼ିଗଲା ପୂରା ପରିବାର, iPhoneର ଜିଦ୍‌ ନେଇଗଲା ୩ ଜୀବନ

ମୁମ୍ବାଇ: ଗୋଟିଏ ଦାମୀ ମୋବାଇଲ୍ ଫୋନ୍‌, ଆଉ ସେହି ମୋବାଇଲ୍‌ ପାଇଁ ପୁଅର ଅବୁଝା ଜିଦ୍‌! ମହାରାଷ୍ଟ୍ର ଛତ୍ରପତି ସମ୍ଭାଜୀନଗରର ତିସ୍‌ଗାଁ ଅଞ୍ଚଳରୁ ଆସିଛି ଏକ ଅତ୍ୟନ୍ତ ହୃଦୟବିଦାରକ ଓ ଛାତିଫଟା ଖବର। ମାତ୍ର ୧୯ ବର୍ଷର ପୁଅ କୁଣାଲ୍ ଗୋଟିଏ ‘ଆଇଫୋନ୍’ କିଣିବା ପାଇଁ ବାପା-ମା’ଙ୍କ ନିକଟରେ ଜିଦ୍ ଧରିଥିଲା। ଘରେ କଳହ କରି ଅଭିମାନରେ ସେ ଗାଁ ନିକଟସ୍ଥ ଖବଡ଼ିଆ ପାହାଡ଼ର ଉଚ୍ଚ ପଥର ଉପରକୁ ଚାଲିଯାଇଥିଲା।

ପୁଅକୁ ବଞ୍ଚାଇବା ପାଇଁ ବାପା ମୁରଲୀଧର ଓ ମା’ ସଙ୍ଗୀତା ଦୌଡ଼ି ଯାଇଥିଲେ। ଦୀର୍ଘ ୩ ଘଣ୍ଟା ଧରି ମା’ ନେହୁରା ହେଉଥିଲେ— “ପୁଅରେ, ଘରକୁ ଫେରିଆସ, ଆମେ ତୋତେ ଫୋନ୍ ଦେବୁ!” ଗ୍ରାମବାସୀ, ପୁଲିସ୍ ଓ ଅଗ୍ନିଶମ ବାହିନୀ ସମସ୍ତେ ବୁଝାଇବାକୁ ଚେଷ୍ଟା କରିଥିଲେ। ସରପଞ୍ଚ ନିଜେ ଫୋନ୍ କିଣିଦେବାକୁ କହିଥିଲେ ମଧ୍ୟ ପୁଅର ମନ ତରଳି ନଥିଲା।

ପ୍ରାୟ ୧ଟାରେ ବାପା ଯେତେବେଳେ ପୁଅକୁ ଧରି ସୁରକ୍ଷିତ ଟାଣିବାକୁ ଚେଷ୍ଟା କଲେ, ସେତେବେଳେ କୁଣାଲ୍ ଗଭୀର ଖାଇକୁ ଖାସି ପଡ଼ିଥିଲେ । ପୁଅକୁ ବଞ୍ଚାଇବାକୁ ଯାଇ ବାପାଙ୍କ ଗୋଡ଼ ଖସିଯିବାରୁ ଦୁହେଁ ତଳେ ପଡ଼ି ପ୍ରାଣ ହରାଇଥିଲେ। ନିଜ ଆଖି ଆଗରେ ସ୍ୱାମୀ ଓ ପୁଅର ଭୟଙ୍କର ମୃତ୍ୟୁ ଦେଖି ସ୍ତବ୍ଧ ହୋଇଯାଇଥିବା ମା’ ସଙ୍ଗୀତା ମଧ୍ୟ ମୁହୂର୍ତ୍ତକ ମଧ୍ୟରେ ସେହି ପାହାଡ଼ରୁ ଡେଇଁପଡ଼ିଥିଲେ। ନିମିଷକ ମଧ୍ୟରେ ଆଖି ଆଗରେ ଉଜୁଡ଼ିଗଲା ପୂରା ପରିବାର। ଏହି କରୁଣ ସତ୍ୟ ଆଜି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

Leave A Reply

Your email address will not be published.