ତିହିଡି:ଭଦ୍ରକ ଜିଲ୍ଲା ଅବକାରୀ ଇନ୍ସପେକ୍ଟର ମମତା ଦାସଙ୍କ ନେତୃତ୍ୱରେ ୨ଟି ସ୍ୱତନ୍ତ୍ର ଟିମ ତିହିଡି ବ୍ଲକର ସେରପୁର ଏବଂ ଦୋଳସାହି ବଜାର ଅଞ୍ଚଳରେ ଅତର୍କିତ ଚଢ଼ାଉ କରିଛି । ଏହି ଅତର୍କିତ ଚଢ଼ାଉବେଳେ ୨୧୦ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ହୋଇଛି । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରଯାଇଛି ।
ଜବତ ବ୍ରାଉନ ସୁଗାରର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ।
ସୂଚନାମୁତାବକ, ଏନେଇ ଭଦ୍ରକ ରେଞ୍ଜ ଏବଂ ତିହିଡି ଅବକାରୀ ଥାନା ପକ୍ଷରୁ ୨ ଗୋଟି ଭିନ୍ନ ଭିନ୍ନ ମାମଲା ରୁଜୁ କରାଯାଇଛି ।


Comments are closed.