Latest Odisha News

BREAKING NEWS

ବାଇକ୍‌ରେ ଯିବାବେଳେ ଓଢ଼ଣୀ ପାଇଁ ଗଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ: ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁଁ ତଳେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି । ସୂଚନାଥାଉକି, ଝରିଗାଁ ଗ୍ରାମର ଶିବ ରାମ ପାଢ଼ୀ ଏବଂ ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ପାତ୍ର(୩୧) ଏକ ବାଇକ୍‌ ଯୋଗେ ଘରୁ E-KYC କରିବା ପାଇଁ ଉମରକୋଟ ସ୍ଥିତ ଗ୍ୟାସ ଅଫିସ ଯାଉଥିଲେ। ଏହି ସମୟରେ ଅଘଟଣ ଘଟିଥିଲା ।

ଖବରମୁତାବକ, ଏକମ୍ବା ଗାଁ ବିଦ୍ୟାଳୟ ନିକଟରେ ଗୀତାଞ୍ଜଳି ପକାଇଥିବା ଓଢ଼ଣୀ ବାଇକର ପଛ ଚକାରେ ଗୁଡ଼ାଇ ହୋଇଯାଇଥିଲା। ଫଳରେ  ଗାଡ଼ି ଚଳନ୍ତା ଅବସ୍ଥାରେ ସେ  ମୁହଁମାଡ଼ି ତଳେ ପଡିଯାଇଥିଲେ। ଏହାପରେ ଅଟୋ ଯୋଗେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ  ଅଣାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ହୋଇଥିଲା । କିନ୍ତୁ  ମୁହଁରେ ଗଭୀର ଆଘାତ ସହ ନାକ ଓ କାନ ପଟୁ ରକ୍ତ ବନ୍ଦ ନ ହେବା ଯୋଗୁ କୋରାପୁଟ ମେଡିକାଲ ସ୍ଥାନାନ୍ତର କରିଥିଲେ।  ଆମ୍ବୁଲାନ୍ସ ଯୋଗେ ପରିବାର ଲୋକ କୋରାପୁଟ ଯିବା ସମୟରେ ଜୟପୁର ପହଞ୍ଚିବା ପୂର୍ବରୁ ଗୀତାଞ୍ଜଳିଙ୍କ ଦେହାନ୍ତ ହୋଇଯାଇଥିଲା।

ଶେଷରେ ଜୟପୁର ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ସେଠାରେ କାର୍ଯ୍ୟରତ ଡାକ୍ତର ମୃତ ଘୋଷଣା କରିଛନ୍ତି।

Leave A Reply

Your email address will not be published.