ପାରାଦୀପ: ପାରାଦୀପ ଉପକୂଳରେ ଶନିବାର ଦିନ ପାନାମା ପତାକାଯୁକ୍ତ ଏକ କାର୍ଗୋ ଜାହାଜ ସମୁଦ୍ର ମଝିରେ ବୁଡ଼ିଯାଇଛି।
ମାଲବାହୀ ଜାହାଜ M/V ଓସେନ୍ ୱିନର ଲୁହା ପଥର ନେଇ ଯାଉଥିଲା। ଏଥିରେ ୨୪ ଜଣ କ୍ରୁ ସଦସ୍ୟ ଥିଲାବେଳେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଚୀନ୍ ନାଗରିକ ବୋଲି ସୂଚନା ମିଳିଛି।
ଅଗଷ୍ଟ ୨୦ ତାରିଖରେ ପାରାଦୀପ ବନ୍ଦରରେ ପହଞ୍ଚିଥିବା ଜାହାଜଟି ସିଙ୍ଗାପୁର ଅଭିମୁଖେ ଯାତ୍ରା କରୁଥିଲା। ଜାହାଜଟି ପାରାଦୀପରୁ ୨୦୦ ନଟିକାଲ୍ ମାଇଲ୍ ଦୂରରେ ବୁଡ଼ି ଯାଇଥିବା ଜଣାପଡ଼ିଛି।
ଅପରପକ୍ଷରେ ତଟ ସୁରକ୍ଷା ବାହିନୀ ଉକ୍ତ ଜାହାଜର କ୍ରୁ ସଦସ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିବା ସୂଚନା ମିଳିଛି।

