Latest Odisha News

BREAKING NEWS

ଇମ୍ରାନଙ୍କ ଚିକିତ୍ସା ପାଇଁ ପାକିସ୍ତାନ ସରକାରଙ୍କୁ ୨୧ ଜଣ ପୂର୍ବତନ ଅଧିନାୟକଙ୍କ ଚିଠି: ବ୍ରିଟେନରେ ବି ଝଡ଼

ନୂଆଦିଲ୍ଲୀ: ପାକିସ୍ତାନର ୧୯୯୨ ବିଶ୍ୱକପ୍ ବିଜେତା ଅଧିନାୟକ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କୁ ଜେଲ୍‌ରେ ଉପଯୁକ୍ତ ମାନବୀୟ ବ୍ୟବହାର ଓ ଚିକିତ୍ସା ସୁବିଧା ଯୋଗାଇଦେବାକୁ ଦାବି କରି ୨୧ ଜଣ ପୂର୍ବତନ ଆନ୍ତର୍ଜାତୀୟ କ୍ରିକେଟ୍ ଅଧିନାୟକ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ଶରୀଫଙ୍କୁ ଚିଠି ଲେଖିଛନ୍ତି । ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପ୍‌ଟେନ୍ ଗ୍ରେଗ୍ ଚାପେଲଙ୍କ ନେତୃତ୍ୱରେ ପଠାଯାଇଥିବା ଏହି ଚିଠିରେ ଭାରତର ସୁନୀଲ ଗାଭାସ୍କର ଓ କପିଲ ଦେବ ବି ସାମିଲ ଅଛନ୍ତି । ୬ ମାସ ପୂର୍ବରୁ ୧୪ ଜଣ ଅଧିନାୟକ ଆବେଦନ କରିଥିବା ବେଳେ ଏବେ ଆଉ ୭ ଜଣ ସାମିଲ ହୋଇ ମୋଟ ୨୧ ଜଣ ସ୍ୱାକ୍ଷର କରିଛନ୍ତି । ସୁପ୍ରିମ୍ କୋର୍ଟ ଇମ୍ରାନ୍‌ଙ୍କୁ ଘରୋଇ ଶିଫା ହସପିଟାଲରେ ତାଙ୍କ ନିଜସ୍ୱ ଡାକ୍ତର ଓ ଭଉଣୀ ଡା. ଉଜ୍‌ମା ଖାନ୍‌ଙ୍କ ଉପସ୍ଥିତିରେ ଚିକିତ୍ସା କରିବାକୁ କହିଥିଲେ । ମାତ୍ର ସରକାର ତାଙ୍କୁ ସରକାରୀ ହସପିଟାଲ ନେଇ ମାତ୍ର କିଛି ଘଣ୍ଟା ମଧ୍ୟରେ ଫିଟ ଘୋଷଣା କରି ପୁଣି ଆଡିଆଲା ଜେଲ୍କୁ ପଠାଇ ଦେଇଛନ୍ତି ।

୭୩ ବର୍ଷୀୟ ଇମ୍ରାନ୍‌ଙ୍କ ଡାହାଣ ଆଖିର ୮୫% ଦୃଷ୍ଟିଶକ୍ତି କମିଯାଇଥିବା ନେଇ ତାଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ ।  ଇମ୍ରାନ୍‌ଙ୍କ ପୂର୍ବତନ ଶାଳକ ଜ୍ୟାକ୍ ଗୋଲ୍ଡସ୍ମିଥ୍ ବ୍ରିଟେନ୍ ବୈଦେଶିକ ମନ୍ତ୍ରୀ ଏଡ୍ ମିଲିବ୍ୟାଣ୍ଡଙ୍କୁ ଚିଠି ଲେଖି କୂଟନୈତିକ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି । ଭାରତର ସୁନୀଲ ଗାଭାସ୍କର, କପିଲ ଦେବ, ଦିଲୀପ ଭେଙ୍ଗସରକାର, ଅଷ୍ଟ୍ରେଲିଆ-ଗ୍ରେଗ୍ ଚାପେଲ୍, ଇଆନ୍ ଚାପେଲ୍, ଆଲାନ୍ ବୋର୍ଡର, ଷ୍ଟିଭ୍ ୱ, ଆଡାମ୍ ଗିଲ୍‌କ୍ରିଷ୍ଟ, ବେଲିଣ୍ଡା କ୍ଲାର୍କ, ଇଂଲଣ୍ଡ-ଆଲଷ୍ଟେୟାର କୁକ୍, ମାଇକେଲ ଆଥରଟନ୍, ନାସିର ହୁସେନ୍, ମାଇକେଲ ବ୍ରିୟରଲି, ଆଣ୍ଡ୍ର‌୍ୟୁ ଷ୍ଟ୍ରସ୍, ଡେଭିଡ୍ ଗୋୱର ଅନ୍ୟ ଦେଶର କ୍ଲାଇଭ୍ ଲଏଡ୍ (ୱେଷ୍ଟଇଣ୍ଡିଜ୍), ଅର୍ଜୁନ ରଣତୁଙ୍ଗା (ଶ୍ରୀଲଙ୍କା) ଓ ଜନ୍ ରାଇଟ୍ (ନ୍ୟୁଜିଲ୍ୟାଣ୍ଡ) ।

Leave A Reply

Your email address will not be published.