ରାଉରକେଲା:ଆତ୍ମସମର୍ପଣ କରିଥିବା ନକ୍ସଲମାନେ ମାଓ ଡମ୍ପ ବିଷୟରେ ଦେଲେ ସୂଚନା। ସୁନ୍ଦରଗଡ଼ର ସିଲକୁଟା ରିଜର୍ଭ ଫରେଷ୍ଟରେ ଏକ ଗୁପ୍ତ ମାଓ ଡମ୍ପ ଥିବା ସମ୍ପର୍କରେ ଆତ୍ମସମର୍ପଣ କରିଥିବା ନକ୍ସଲମାନେ ବିସ୍ତୃତ ପଚରାଉଚରା ସମୟରେ ସୂଚନା ଦେଇଛନ୍ତି । ଡିଭିଏଫ ଏବଂ ବିଡିଡିଏସର ଏକ ମିଳିତ ଦଳ ସରଣ୍ଡା ଜଙ୍ଗଲରେ ଅପରେସନ ଆରମ୍ଭ କରିଥିଲେ । ସିଲକୁଟା ସଂରକ୍ଷିତ ଜଙ୍ଗଲରୁ ଲୁଚାଇ ରଖାଯାଇଥିବା ବିପୁଳ ମାଓ ସାମଗ୍ରୀକୁ ସୁରକ୍ଷା ବାହିନୀ ଓ ପୋଲିସ ଠାବ କରିଛି । ଚଢ଼ାଉ ସମୟରେ ଜଙ୍ଗଲ ଭିତରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ, ମାଓ ସାମଗ୍ରୀ ଜବତ କରାଯାଇଛି ।
ଜବତ ହୋଇଥିବା ମାଓ ସାମଗ୍ରୀ ମଧ୍ୟରେ ଗୋଟିଏ ୯ ଏମ୍.ଏମ୍. କାର୍ବାଇନ୍, ଗୋଟିଏ ଆଇ.ଇ.ଡି. କଣ୍ଟେନର୍, ୧୫ଟି ଡେଟୋନେଟର୍, ୨ଟି ମାଗାଜିନ୍ ସହ ୱାକିଟକି, ୨୦ ରାଉଣ୍ଡ ୯ ଏମ୍.ଏମ୍. ଗୁଳି ସହ ଡିଜିଟାଲ୍ ମଲ୍ଟିମିଟର୍, ଚାର୍ଜର ବ୍ୟାଟେରୀ ଏବଂ ବିଭିନ୍ନ ପାଉଚ୍ ଆଦି ରହିଛି । ଏବେ ବି ସଂରକ୍ଷିତ ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ ।

