Latest Odisha News

BREAKING NEWS

ଶ୍ରୀଲଙ୍କାରେ ଦି-ଦେବ ଶୋ: ସାଇ ସୁଦର୍ଶନଙ୍କ ପାଇଁ ଟିମ୍‌ ଇଣ୍ଡିଆକୁ ଫେରିବା ହୋଇ ପାରେ କଷ୍ଟ କର !

କଲମ୍ବୋ: ଭାରତୀୟ ଟେଷ୍ଟ କ୍ରିକେଟ ଦଳରେ ନିଜ ସ୍ଥାନ ବଜାୟ ରଖିବା ପାଇଁ ପ୍ରତିଯୋଗିତା ଏବେ ବେଶ୍ ତୀବ୍ର ହୋଇଛି। ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜ୍‌ରେ ଭାରତୀୟ ବାମହାତୀ ବ୍ୟାଟର ଦେବଦତ୍ତ ପାଡିକ୍କଲଙ୍କ ଚମତ୍କାର ପ୍ରଦର୍ଶନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ତିନି ନମ୍ବର ସ୍ଥାନରେ ବ୍ୟାଟିଂ କରି ପାଡିକ୍କଲ କ୍ରମାଗତ ଦୁଇଟି ଶତକ ହାସଲ କରି ନିଜର ସ୍ଥାନ ପ୍ରାୟତଃ ପକ୍କା କରିନେଇଛନ୍ତି। ପ୍ରଥମେ ଗାଲେ ଟେଷ୍ଟରେ ୧୬୭ ରନ୍‌ର ଦମଦାର ଇନିଂସ ଖେଳିବା ପରେ କୋଲମ୍ବୋରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ସେ ୧୧୭ ରନ୍‌ର ଦମଦାର ଶତକୀୟ ଇନିଂସ ଖେଳିଛନ୍ତି।

ଏହି କାରଣରୁ ନିୟମିତ ଖେଳାଳି ସାଇ ସୁଦର୍ଶନଙ୍କ ପାଇଁ ପ୍ଲେଇଂ ଏକାଦଶକୁ ଫେରିବା ନେଇ ବଡ଼ ଆଶଙ୍କା ଏବଂ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାଇ ସୁଦର୍ଶନ ଗୋଡ଼ ଆଙ୍ଗୁଠି ଆଘାତ କାରଣରୁ ଏହି ଗୁରୁତ୍ୱପୂର୍ଣ୍ଣ ସିରିଜରୁ ବାଦ୍ ପଡ଼ିଥିଲେ, ଯାହା ପାଡିକ୍କଲଙ୍କ ପାଇଁ ଟେଷ୍ଟ ଦଳରେ ନିଜର ଦକ୍ଷତା ଓ ଶ୍ରେଷ୍ଠତା ପ୍ରମାଣିତ କରିବାର ସୁଯୋଗ ସୃଷ୍ଟି କରିଥିଲା। ପାଡିକ୍କଲ ଏହି ସୁଯୋଗର ପୂରା ଫାଇଦା ଉଠାଇ ନିଜ ବ୍ୟାଟିଂରେ ଅପୂର୍ବ ଧୈର୍ଯ୍ୟ, ନିୟନ୍ତ୍ରଣ, ଏକାଗ୍ରତା ଏବଂ ଶୃଙ୍ଖଳିତ ଶଟ୍ ସିଲେକ୍ସନ ପ୍ରଦର୍ଶନ କରିଛନ୍ତି। କ୍ରିକେଟ ବିଶେଷଜ୍ଞ ଏବଂ ପୂର୍ବତନ ଖେଳାଳିଙ୍କ ମତରେ, ଏଭଳି ଫର୍ମରେ ଥିବା ଯୁବ ବ୍ୟାଟରଙ୍କୁ ଆଗାମୀ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ଗୁଡ଼ିକରେ ଦଳରୁ ବାଦ୍ ଦେବା ମ୍ୟାନେଜମେଣ୍ଟ ପାଇଁ ସହଜ ହେବନାହିଁ।

ଫଳରେ ଆଘାତରୁ ସୁସ୍ଥ ହୋଇ ଦଳକୁ ଫେରିଲେ ମଧ୍ୟ ସାଇ ସୁଦର୍ଶନଙ୍କୁ ଦୀର୍ଘ ସମୟ ଧରି ବେଞ୍ଚରେ ବସିବାକୁ ପଡ଼ିପାରେ। ପାଡିକ୍କଲଙ୍କ ଏହି ନିରନ୍ତର ଏବଂ ଦାୟିତ୍ୱପୂର୍ଣ୍ଣ ପ୍ରଦର୍ଶନ ଭାରତୀୟ ଟେଷ୍ଟ ଦଳର ତିନି ନମ୍ବର ସ୍ଥାନ ସମସ୍ୟାକୁ ଦୂର କରିଥିବା ବେଳେ, ଚୟନକର୍ତ୍ତାଙ୍କ ପାଇଁ ଏବେ ଶ୍ରେଷ୍ଠ ଚୂଡ଼ାନ୍ତ ଏକାଦଶ ବାଛିବା ଏକ ବଡ଼ ସକାରାତ୍ମକ ଆହ୍ୱାନ ପାଲଟିଛି। ଆଗାମୀ ଟେଷ୍ଟ ମ୍ୟାଚ୍‌ଗୁଡ଼ିକରେ ସୁଦର୍ଶନଙ୍କ ପାଇଁ ପୁନର୍ବାର ପ୍ରଥମ ପସନ୍ଦ ସୃଷ୍ଟି ହେବା ବେଶ୍ କଷ୍ଟକର ମନେହେଉଛି। ଏବେ ତାଙ୍କ ପାଇଁ ଭାରତୀୟ ଦଳର କବାଟ ବନ୍ଦ ହୋଇଯାଇଥିବା ଭଳି ସ୍ପଷ୍ଟ ଜଣାପଡ଼ୁଛି।

Leave A Reply

Your email address will not be published.