Latest Odisha News

BREAKING NEWS

ପରଦାକୁ ଆସୁଛି ଓଡ଼ିଆ ନୂଆ ଫିଲ୍ମ ‘ମୋହନ ଗିରି’;ଆଦିବାସୀ ଜନଜାତିଙ୍କର ପୂର୍ବଜନ୍ମର ବିଶ୍ୱାସର କାହାଣୀକୁ ନେଇ…

ଭୁବନେଶ୍ବର:ପରଦାକୁ ଆସୁଛି ଓଡ଼ିଆ ନୂଆ ଫିଲ୍ମ ‘ମୋହନ ଗିରି’। ପୁନର୍ଜନ୍ମର କାହାଣୀ ସହ ପ୍ରେମ, ପରମ୍ପରା, ରହସ୍ୟ ରହିଛି ଏହି ଫିଲ୍ମରେ । ଏହି ଗଣେଶ ପୂଜାରେ ଫିଲ୍ମଟି ମୁକ୍ତିଲାଭ କରିବ । ଫିଲ୍ମ ରିଲିଜ ପୂର୍ବରୁ ଅଡିଓ ଓ ଟ୍ରେଲର ରିଲିଜ ହୋଇଯାଇଛି । ଆଦିବାସୀ ଜନଜାତିଙ୍କର ପୂର୍ବଜନ୍ମର ବିଶ୍ୱାସର କାହାଣୀକୁ ନେଇ ଫିଲ୍ମଟି ପରାଦକୁ ଆସୁଛି ।

ୟୁକେ କ୍ରିଏସନର ଏହା ପ୍ରଥମ ଅବଦାନ । ରିୟାଜ୍ ଖାନ୍‌ଙ୍କ ସ୍କ୍ରିନ୍‌ପ୍ଲେ ଓ ନିର୍ଦ୍ଦେଶନାରେ ଫିଲ୍ମଟି ନିର୍ମିତ ହୋଇଛି । ଚଳଚିତ୍ରର କାହାଣୀ ମୀନାରାଣୀ ନାଏକ ରଚନା କରିଥିବା ବେଳେ ସଙ୍ଗୀତରେ ସଜାଇଛନ୍ତି ବୈଦ୍ୟନାଥ ଦାଶ । ଓଡ଼ିଶା ସମେତ ମନାଲିରେ ଚଳଚିତ୍ରର ଗୀତର ସୁଟିଂ ହୋଇଛି ।

ମୁଖ୍ୟ ଚରିତ୍ରରେ ସାର୍ଥକ ରହିଥିବା ବେବେଳେ ଏଥିରେ ଦୁଇ ନାୟିକା ଅର୍ଲିନ୍ ଅଙ୍କିତା ଓ ହିରଣ୍ମୟୀଙ୍କ ଯୋଡ଼ିକୁ ଦେଖିବାକୁ ମିଳିବ । ଏଥିରେ ଚୌଧୁରୀ ବିକାଶ, ଉଷାସୀ ମିଶ୍ର, ଦେବ ପ୍ରଶାନ୍ତ ଭଳି ଅନେକ କଳାକାର ଅଭିନୟ କରିଛନ୍ତି ।

ଏଭଳି ଭିନ୍ନ ଧରଣର ସିନେମା ଲୋକଙ୍କୁ ମନୋରଞ୍ଜନର ଏକ ନୂଆ ଦିଶା ଦେବା ସହ ଭଲ ଲାଗିବ ବୋଲି କହିଛନ୍ତି ଅଭିନେତ୍ରୀ ଅର୍ଲିନ ଅଙ୍କିତା ।

Leave A Reply

Your email address will not be published.