Latest Odisha News

କିଏ ହେବେ ଦିଲ୍ଲୀ ବାଦଶାହ; ଆରମ୍ଭ ହେଲା ଭୋଟ ଗଣନା

 

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ଲାଗି ଆଜି ଅନୁଷ୍ଠିତ ହେଉଛି ଭୋଟ ଗଣନା । ଦିଲ୍ଲୀରେ କିଏ ମନ୍ତ୍ରୀ ମଣ୍ଡଳ ଗଠନ କରିବ ଆଜି ତାହାର ଫଳାଫଳ ଜଣାପଡ଼ିଯିବ ।

ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣନା । ନୂଆଦିଲ୍ଲୀର ୨୭ଟି କେନ୍ଦ୍ରରେ ଭୋଟ ଗଣନା ଆରମ୍ଭ ହୋଇଛି । ଆଜି ସକାଳ ୧୦ଟା ସୁଦ୍ଧା ପରିଣାମ ଜଣାପଡ଼ିଯିବାର ସମ୍ଭାବନା ରହିଛି ।

ଦିଲ୍ଲୀ ବିଧାନସଭା ଲାଗି ଫେବୃଆରୀ ୮ ତାରିଖରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ମୁଖ୍ୟତଃ ଶାସକ ଆମ ଆଦମୀ ପାର୍ଟି (ଆପ) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ସିଧାସଳଖ ଲଢେଇ ହେଉଛି । କଂଗ୍ରେସ ୨୦୧୫ ନିର୍ବାଚନରେ ଗୋଟିଏ ମଧ୍ୟ ସିଟ୍ ହାସଲ କରିପାରିନଥିବା ବେଳେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍ ୭୦ଟି ଆସନ ମଧ୍ୟରୁ ଏକାକୀ ୬୭ଟି ସିଟ୍ ଅକ୍ତିଆର କରିପାରିଥିଲା । ବିଜେପି ୩ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ।

Leave A Reply

Your email address will not be published.