Latest Odisha News

BREAKING NEWS

୨ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ,୫ ଗିରଫ

ଭୁବନେଶ୍ବର:ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଛତିଶଗଡ଼ ପୋଲିସର ବଡ଼ ସଫଳତା। ୫ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ନୂଆପଡ଼ା ଜିଲ୍ଲା ଏବଂ ଛତିଶଗଡ଼ ରାଜ୍ୟ ସୀମାନ୍ତ ଗରିଆବନ୍ଧ ଜିଲ୍ଲା ଦେବଭୋଗ ଥାନା ଖୁଟଗାଁ ପୋଲିସ ଚେକ୍ ପୋଷ୍ଟ ନିକଟରୁ ଏକ ଆନ୍ତଃ ରାଜ୍ୟ ୫ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି ଛତିଶଗଡ଼ ପୋଲିସ । ସେମନଙ୍କ ଠାରୁ  ୪ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରଯାଇଛି । ଯାହାର ଆନୁମାନିକ ବଜାର ମୂଲ୍ୟ ୨ କୋଟି ଟଙ୍କା ହେବ ।

ଏଥିସହ ଗଞ୍ଜେଇ ମାଫିଆଙ୍କ ନିକଟରୁ ନଗଦ ୬ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ଜବତ ହୋଇଛି । ସେମାନଙ୍କ ଠାରୁ ଏକ ଚାରି ଚକିଆ ଗାଡ଼ି, ଗୋଟିଏ ବାଇକ୍, ୩ ଗୋଟି ମୋବାଇଲ ମଧ୍ୟ ଜବତ କରିଛି ।

ଗରିଆବନ୍ଧ ଏସ୍‌ପି ବେଦବ୍ରତ ସିରମୋର ସୂଚନା ଦେଇ କହିଛନ୍ତି ଯେ,ନେଟୱର୍କ ଓଡ଼ିଶାରୁ ମହାରାଷ୍ଟ୍ରକୁ ଲମ୍ବିଛି । ଗିରଫ ୫ ଆନ୍ତଃ ରାଜ୍ୟ ଗଞ୍ଜେଇ ବ୍ୟବସାୟୀମାନେ ହେଲେ ମହାରାଷ୍ଟ୍ରର ସନ୍ତୋଷ ଅନନ୍ତ ମୋହିତେ, ସୁମିତ ସୁଭାଷ ଥୋବଡେ ,ପଙ୍କଜ ଅନନ୍ତ ମୋହିତେ, କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଂଚଳର ଜଳନ୍ଧର ଖମାରୀ ଓ କଳାହାଣ୍ଡି ଆମପାଣି ଥାନା ଅଞ୍ଚଳର ବିନୋଦ ଦିଶାରି ।

 

Leave A Reply

Your email address will not be published.