Latest Odisha News

BREAKING NEWS

କଙ୍ଗୋରେ ଭୟଙ୍କର ରୂପ ନେଲାଣି “ଇବୋଲା”

କଙ୍ଗୋ :ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଇବୋଲା ମହାମାରୀ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ସମ୍ପ୍ରତି ପ୍ରକାଶିତ ସୂଚନା ଅନୁଯାୟୀ, ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫,୫୧୫ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୨,୫୦୦ ଅତିକ୍ରମ କରିସାରିଛି। ଏହା କଙ୍ଗୋ ଇତିହାସରେ ସବୁଠାରୁ ଭୟାବହ ଇବୋଲା ସଂକ୍ରମଣ ଭାବେ ଉଭା ହୋଇଛି। ଧର୍ମଗୁରୁ ପୋପ୍ ଲିଓ ବିଶ୍ୱ ସମୁଦାୟକୁ ତୁରନ୍ତ ସହାୟତାର ହାତ ବଢ଼ାଇବାକୁ ନିବେଦନ କରିଛନ୍ତି।

ସେଣ୍ଟ ପିଟର୍ସ ସ୍କୋୟାରରେ ପ୍ରାର୍ଥନା ପରେ ଦେଶବାସୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, “କଙ୍ଗୋରେ ଇବୋଲା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବା ସହ ଅନେକ ଜୀବନ ନେଉଛି। ମୂଲ୍ୟବାନ୍ ଜୀବନ ବଞ୍ଚାଇବା ପାଇଁ ଆନ୍ତର୍ଜାତୀୟ ସମୁଦାୟ ଓ ସ୍ଥାନୀୟ ସଂସ୍ଥାଗୁଡ଼ିକ ମିଳିମିଶି ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ।

କଙ୍ଗୋର ଉତ୍ତର ଓ ପୂର୍ବ ଅଞ୍ଚଳରେ ଚିକିତ୍ସା ଭିତ୍ତିଭୂମିର ଅଭାବ ଏବଂ ନିରନ୍ତର ହିଂସା କାରଣରୁ ସ୍ୱାସ୍ଥ୍ୟସେବା ପହଞ୍ଚାଇବାରେ ବଡ଼ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ସଂକ୍ରମଣକୁ ରୋକିବା ପାଇଁ ସ୍ୱାସ୍ଥ୍ୟକର୍ମୀମାନେ ଦିନ ରାତି ଉଦ୍ୟମ ଚଳାଇଥିଲେ ବି ଟିକା ଓ ଚିକିତ୍ସା ସାମଗ୍ରୀର ସଙ୍କଟ ଦେଖାଦେଇଛି। ଡବ୍ଲୁଏଚ୍ଓ ଅନୁଯାୟୀ, ପ୍ରାୟ ୧୬୦ ଜଣ ସ୍ୱାସ୍ଥ୍ୟକର୍ମୀ ଏଥିରେ ଆକ୍ରାନ୍ତ ହୋଇଛନ୍ତି ଏବଂ ୪୫ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ବିଶ୍ୱ ସମୁଦାୟ ତୁରନ୍ତ ନଜାଗିଲେ ଏହା ଆହୁରି ଭୟଙ୍କର ରୂପ ନେବ ବୋଲି ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.