ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୩୦ ତାରିଖରେ ଅନୁଷ୍ଠିତ ହେବ ନିଟ୍ ପିଜି ପରୀକ୍ଷା। ଗୋଟିଏ ସିଫ୍ଟରେ ସକାଳ ୯ରୁ ୧୨ଟା ୩୦ ଯାଏଁ ପରୀକ୍ଷା। କମ୍ପ୍ୟୁଟର ଆଧାରିତ (CBT) ମୋଡ୍ରେ ହେବ ପରୀକ୍ଷା। ଏଥିପାଇଁ ଆଡମିଟ୍ କାର୍ଡ ଆଜି ଠାରୁ ଉପଲବ୍ଧ ହେବାର ଥିଲା। କିନ୍ତୁ ନ୍ୟାଶନାଲ ଏକ୍ସାମିନେସନ୍ସ ଇନ ମେଡିକାଲ ସାଇନେନ୍ସ ବା ଏନବିଇଏମଏସ୍ ନିଟ୍ ପିଜି ୨୦୨୬ ପରୀକ୍ଷାର ଆଡମିଟ୍ କାର୍ଡ ଉପଲବ୍ଧତାକୁ ଘୁଞ୍ଚାଇ ଦିଆଯାଇଛି।
ଅଗଷ୍ଟ ୨୪ ତାରିଖରେ ଜାରି ନୂଆ ସୂଚନା ଅନୁଯାୟୀ, ଏବେ ପରୀକ୍ଷାର୍ଥୀମାନେ ଅଗଷ୍ଟ ୨୫ରୁ ଆଡମିଟ୍ କାର୍ଡ ହାସଲ କରିପାରିବେ। ଆସାମ ଓ ମେଘାଳୟ ପକ୍ଷରୁ ଆସିଥିବା ଅନୁରୋଧ ଏବଂ ଟାଲି ହେଉ ନଥିବା ପରିସ୍ଥିତି ଯୋଗୁ ଆଡମିଡ୍ କାର୍ଡ ରିଲିଜିକୁ ଗୋଟିଏ ଦିନ ଘୁଞ୍ଚା ଯାଇଥିବା ନୋଟିସରେ କୁହାଯାଇଛି। ସ୍ନାତକୋତ୍ତର ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିବା ପ୍ରାର୍ଥୀମାନେ ଏନବିଇଏମଏସ୍ ପୋର୍ଟାଲ ମାଧ୍ୟମରେ ନିଜର ହଲ୍ ସମ୍ପର୍କରେ ତଥ୍ୟ ଆଡମିଡ୍ କାର୍ଡ ଡାଉନଲୋଡ୍ ଜାଣିପାରିବେ ବୋଲି ଏଥିରେ କୁହାଯାଇଛି। କାଲିଠୁ ଆଡମିଟ୍ କାର୍ଡ ମିଳିବା ନେଇ ସୂଚନା ଜାରି ହୋଇଛି।
NEET PG 2026 ପରୀକ୍ଷାର କିଛି ଦିନ ପୂର୍ବରୁ, ସୋସିଆଲ ମିଡିଆରେ ପେପର ଲିକ୍ ହୋଇଥିବାର ଦାବି ସାମ୍ନାକୁ ଆସିବା ଆରମ୍ଭ ହୋଇଗଲା। ଟେଲିଗ୍ରାମ, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ୍ ଭଳି ପ୍ଲାଟଫର୍ମରେ କିଛି ଆକାଉଣ୍ଟ ଏବଂ ଚ୍ୟାନେଲ NEET PG ପରୀକ୍ଷା ଉପଲବ୍ଧ ଥିବା ଦାବି କରୁଛନ୍ତି। ଏହି ଦାବି ମଧ୍ୟରେ, ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସ (NBEMS) ପ୍ରାର୍ଥୀମାନଙ୍କ ପାଇଁ ଏକ ସତର୍କତା ଜାରି କରିଛି। ବୋର୍ଡ ସ୍ପଷ୍ଟ କରିଛି ଯେ ସୋସିଆଲ ମିଡିଆରେ ଘୂରି ବୁଲୁଥିବା ପେପର ଲିକ୍ ଦାବି ନକଲି ଏବଂ ପ୍ରାର୍ଥୀମାନେ ଏପରି ମେସେଜ୍ କିମ୍ବା ପୋଷ୍ଟ ଉପରେ ବିଶ୍ୱାସ କରିବା ଉଚିତ୍ ନୁହେଁ।

