Latest Odisha News

BREAKING NEWS

Jail Warder Brutally Attacked:ଜେଲ୍ ୱାର୍ଡେନଙ୍କୁ ଭୁଜାଲିରେ ପ୍ରାଣାନ୍ତକ ଆକ୍ରମଣ;ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ସୋର:ବାଲେଶ୍ବରର ସୋର ଉପକାରାଗାରର ୱାର୍ଡେନ ସୁରେନ୍ଦ୍ର ସାମଲଙ୍କୁ ଆକ୍ରମଣ । ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ମାଣତ୍ରୀ ଛକ ବଳିବାଡ଼ ନିକଟରେ ଦିନ ଦ୍ବିପହରରେ ଭୁଜାଲିରେ ହାଣିଲେ ତିନି ଦୁର୍ବୃତ୍ତ । ଗୁରୁତର ବ୍ୟକ୍ତି ହେଲେ ସୁରେନ୍ଦ୍ର ସାମଲ (୪୮)। ସୁରେନ୍ଦ୍ରଙ୍କୁ ସୋର ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବା ପରେ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନାନୁସାରେ ସୋର ଥାନା ବଳଦିଆପଡ଼ା ଗାଁର ସୁରେନ୍ଦ୍ର ସାମଲ ସୋର ଉପଖଣ୍ଡ କାରାଗାର ୱାର୍ଡେନ ଭାବେ କାର୍ଯ୍ୟରତ ଅଛନ୍ତି। ସେ ଆଜି ଅପରାହ୍ନରେ ବାଇକ୍‌ ଯୋଗେ ଜେଲ୍‌କୁ ଯାଉଥିବା ବେଳେ ମାଣତ୍ରୀ ଛକ ନିକଟରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଫଳରେ ସୁରେନ୍ଦ୍ରଙ୍କ ଡାହାଣ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହେବା ସହିତ ବାମ ହାତର ଏକ ଆଙ୍ଗୁଠି କଟି ଯାଇ ଗୁରୁତ୍ରର ଆହତ ହୋଇଥିଲେ।

ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ଖବର ପାଇ ସୋର ଥାନା ଭାରପ୍ରାପ୍ତ ଥାନାଧିକାରୀ ଦେବରାଜ ଜେନା ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.